କେଶପୁର ଉଚ୍ଚ ବିଦ୍ୟାଳୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

କେଶପୁର ଉଚ୍ଚ ବିଦ୍ୟାଳୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ତା ୧୪।୧୦।୨୦୨୫ ରିଖ : ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍କୁଲ ଲିଗାଲ ଲିଟରାସି କ୍ଲବ କେଶପୁର ଉଚ୍ଚ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାନବ ଚାଲାଣ (ଦାଦନ), ଯୌନ ଶୋଷଣର ଶିକାର ହେଉଥିବା ପିଲାମାନଙ୍କ ନିମନ୍ତେ ଥିବା ଆଇନ୍‌, ନିଶା ସେବନର ଅପକାରିତା ତଥା ନିଶାମୁକ୍ତ ନିମିତ୍ତ ସଚେତନତା ମୂଳକ ଶୌକ୍ଷଣୀୟ ତଥ୍ୟ, ମଧ୍ୟସ୍ଥତା ମାଧ୍ୟମରେ କିପରି ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପକ୍ଷଙ୍କୁ ଡ଼କାଯାଇ ସେମାନଙ୍କର ସମସ୍ୟାକୁ ସମାଧାନ କରାଯାଉଛି । ନାଲସା ହେଲପ୍ ଲାଇନ୍ ନମ୍ବର ୧୫୧୦୦ର ସଠିକ୍ ବ୍ୟବହାର ସଂପର୍କରେ ମଧ୍ୟ ସଚେତନତା କରାଯାଇଥିଲା । ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଶ୍ରୀ ପୂଣ୍ୟଶ୍ଲୋକ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀ ରଥ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ଦେଶ ଓ ଜାତିର ମାନବୃଦ୍ଧି ପାଇଁ ଭଲ କାମରେ ନିଜକୁ ନିୟୋଜିତ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନଙ୍କ ମଧ୍ୟରେ ଡ଼. ତାପସ କୁମାର ମହାନ୍ତି, ସହାୟକ ପ୍ରତିପକ୍ଷ ଓକିଲ, ଭଦ୍ରକ ହିମାଦ୍ରୀ ନନ୍ଦନୀ ବିଶ୍ୱାଳ, ବିଜ୍ଞାନ ପର୍ଯ୍ୟବେକ୍ଷକ, ଜିଲ୍ଲାଶିକ୍ଷା କାର୍ଯ୍ୟାଳୟ, ଭଦ୍ରକ, ସିଦ୍ଧାର୍ଥ ଶଙ୍କର ମହାପାତ୍ର, ପ୍ରଧାନଶିକ୍ଷକ, ଶରତ କୁମାର ସାହୁ, ଅବସରପ୍ରାପ୍ତ ସହାୟକ ଶିକ୍ଷକ, ବିଜୟ କୁମାର ପାଣି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, କେଶପୁର, ଉଚ୍ଚ ବିଦ୍ୟାଳୟ,ଭଦ୍ରକ , ପଙ୍କଜ କୁମାର ସାହୁ, ଟିମ୍ ମେନେଜର, ନିଉ ଲାଇଫ୍ ନିଶା ନିବାରଣ କେନ୍ଦ୍ର, ଭଦ୍ରକ ପ୍ରମୁଖ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବହୁତ ଶିକ୍ଷଣୀୟ କଥାମାନ ସେମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀଗଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *