ରିକ୍ସା ଚାଳକ ଆକ୍ରମଣରେ ଆଇନଜୀବୀ ଗୁରୁତର
ସାମାନ୍ୟ ଦୁର୍ଘଟଣାକୁ କେନ୍ଦ୍ର କରି ରିକ୍ସା ଚାଳକ ଓ ଆଇନଜୀବୀଙ୍କ ମଧ୍ୟରେ ଆକ୍ରମଣରେ ଆଇନଜୀବୀ ଗୁରୁତର ଆହତ ହୋଇଛନ୍ତି । ପୁରୀ ଟାଉନଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଘଟିଛି ଏଭଳି ଘଟଣା | ଗତକାଲି ରାତିରେ ଏକ ରିକ୍ସା ଚାଳକ ଆଇନଜୀବୀଙ୍କୁ ତାଙ୍କ ଘର ନିକଟରେ ଧକ୍କା ଦେଇଥିଲା | ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା | ଘଟଣାରେ ଆଇନଜୀବୀ ରଘୁନାଥ ପଟ୍ଟନାୟକଙ୍କୁ ଗୁରୁତର ଭାବେ ଆହତ ହୋଇଛନ୍ତି । ରଘୁନାଥଙ୍କ ମୁଣ୍ଡ,,ମୁହଁ ଓ ଛାତିରେ ଗୁରୁତର ଆଘାତ ଲାଗିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ପୋଲିସ ପିସିଆର ଶ୍ରୀ ପଟ୍ଟନାୟକଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ଆକ୍ରମଣକାରୀ ରିକ୍ସା ଚାଳକ ଘଟଣା ସ୍ଥଳରୁ ଫେରାର ଥିବା ଜଣାପଡିଛି । ଟାଉନଥାନା ପୋଲିସର ଘଟଣାର ତଦନ୍ତ କରୁଛି |
