ଜଟଣୀ ଅଦାଲତରେ ଆଇନଜୀଵୀ ଦିବସ ପାଳିତ
ଜଟଣୀ ଅଦାଲତରେ ଆଇନଜୀଵୀ ଦିବସ ପାଳିତ l
ଜଟଣୀ:୨୯:୪:୨୫ସ୍ଥାନୀୟ କୋର୍ଟ ପରିସରରେ ଜଟଣୀ ବାର ଆସୋସିଏସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜନ୍ମତିଥି ଅବସରରେ ଆଇନଜୀଵୀ ଦିବସ ପାଳିତ ହୋଇଯାଇଛି l ବାର ଆସୋସିଏସନ ସଭାପତି ଆଲୋକ କୁମାର ମହାନ୍ତି ଅଧ୍ଯକ୍ଷତା କରିଥିଲେ l ସମ୍ପାଦକ ସୁଶାନ୍ତ କୁମାର ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଆନନ୍ଦ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ ରଞ୍ଜନ କୁମାର ଶରଣ ଏବଂ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଶତପଥୀ ଯୋଗ ଦେଇ ମଧୁବାବୁ ଜୟନ୍ତୀ ଓ ଆଇନଜୀଵୀ ଦିବସ ପାଳନର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଆଇନଜୀବୀ ସାନୁଜା ମିଶ୍ର,ଶୁଭ୍ରାଂଶ ଶେଖର ଜେନା,ମିଡ଼ିଆ ସେଲ ସଂଯୋଜକ ଅକ୍ଷାଂଶୁ ଶେଖର ନାୟକ,ସୁଶୀଲ ରଥ ଏବଂ ଜଟଣୀ ବାର ଆସୋସିଏସନ ପୂର୍ବତନ ସମ୍ପାଦକ ବ୍ରଜ ବନ୍ଧୁ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପରିଶେଷରେ ଆଇନଜୀବୀ ପବିତ୍ର ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ l
