ଜନ୍ମମାଟି ତେନ୍ତୁଲିଗୁମ୍ମା ଗ୍ରାମରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ
ଜନ୍ମମାଟି ତେନ୍ତୁଲିଗୁମ୍ମା ଗ୍ରାମରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ
କୋରାପୁଟ:୨୨/୧୧ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ପିଠ ତେନ୍ତୁଲିଗୁମ୍ମା ଗ୍ରାମ ଠାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ପ୍ରଥମେ ଗ୍ରାମରେ ଥିବା ଶହୀଦଙ୍କ ପ୍ରତିମୂର୍ତ୍ତୀରେ ବିଦ୍ୟାଳୟ ଓ ଗଣଶିକ୍ଷା ଏସଟି. ଏସସି. ବିକାଶ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମହାଦୟ ପୁଷ୍ପ ମାଲ୍ୟାର୍ପଣ କରି ଥିଲେ। ପରେ ଏକ ସାଧାରଣ ସଭାର ଆୟୋଜନ କରା ଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପାଳ କୋରାପୁଟ ଶ୍ରୀ ମନୋଜ ସତ୍ୟବାନ ମହାଜନ, ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ କୋଟପାଡ ଶ୍ରୀଯୁକ୍ତ ରୁପୁ ଭତ୍ରା, ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ମାଛ, ମୁଖ୍ୟ ଉନ୍ନୟନ ଅଧିକାରୀ କୋରାପୁଟ ଶ୍ରୀ ବେଣୁଧର ସବର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ଉନ୍ନୟନ ଅଧିକାରୀ ସମନ୍ଵିତ ଆଦିବାସୀ ବିକାଶ ସଂସ୍ଥା ଜୟପୁର ଶ୍ରୀମତୀ ତୃପ୍ତି ବରାଇ, ବୈପାରିଗୁଡ଼ା ବ୍ଲକ ଅଧ୍ୟକ ପ୍ରଶାନ୍ତ କୁମାର ଗୁପ୍ତ, ବୈପାରିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ତହସିଲଦାର ବୈପାରିଗୁଡ଼ା ସ୍ନିଗ୍ଧ। ଚୌଧରି , ନାରାୟଣପାଟଣା ତହସିଲଦାର ପ୍ରଭାତୀ ଝଡିଆ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟପୁର ଯଶୋଦା ଗାଦବା, ତେନ୍ତୁଳିଗୁମ୍ମା ସରପଞ୍ଚ ମନମତି ନାୟକ, ନାୟକ ବନସିଂ, ସମିତି ସଭ୍ୟ ଶଶୀ ପୂଜାରୀ,ତେନ୍ଦୁଳିଗୁମ୍ମା ବିଏସଏଫ ଚିଫ କମାଣ୍ଡର ଶ୍ରୀ ଏସ.କେ ରାମେଶ୍ଵରମ ପମୁଖ ଉପସ୍ଥିତ ଥିଲେ। ଏହି ମଞ୍ଚରେ ବିଭିନ୍ନ ସମସ୍ୟା ମାନ ଅଲୋଚନା କରି ଥିଲେ ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଚାରଣ କରା ଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ନିଜ ଅଭିଭାଷଣରେ ତେନ୍ତୁଳିଗୁମ୍ମା ଗ୍ରାମର ଉନ୍ନତି ହେଲେ କୋରାପୁଟ ଜିଲ୍ଲାର ଉନ୍ନତି ହେବ ଓ ଏହି ଗ୍ରାମକୁ ବିରପୁତ୍ର ଐତିହ ଗ୍ରାମରେ ନାମିତ କରାଯିବ ବୋଲି କହିଥିଲେ। ତତପରେ ଶହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ଦିବସ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଲୟର ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟପୁର ଉପସ୍ଥିତ ସମସ୍ତ ଗ୍ରାମ ବାସୀ ଓ ଛାତ୍ର ଛାତ୍ରୀ ଓ ଅତିଥି ବୃନ୍ଦମାନଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ।
ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
