ଲକ୍ଷ୍ମୀବସ୍ ବାଇକ ମୁହାଁମୁହିଁ ଧକ୍କା ଦୁଇ ଗୁରୂତର
ଲକ୍ଷ୍ମୀବସ୍ ବାଇକ ମୁହାଁମୁହିଁ ଧକ୍କା ଦୁଇ ଗୁରୂତର।ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନ ଅନ୍ତର୍ଗତ ଗୋଛା ମେଇନ୍ ରୋଡ ଠାରେ ଲକ୍ଷ୍ମିବସ୍ ଧକ୍କା ଦେଲା ବାଇକ କୁ ଦୁଇଜଣ ବାଇକ ଆରୋହୀ ଗୁରୁତର। ଗୁରୁତର ମାନେ ହେଲେ ରଣବା ପଞ୍ଚାୟତ ପାତ୍ରପୂର୍ ଗ୍ରାମର ମଙ୍ଗଳା ପାତ୍ର (25) ଓ ପିତାମ୍ବର ନାୟକ।ସୂଚନା ମୁତାବକ ମଙ୍ଗଳା ଓ ପିତାମ୍ବର ଉଭୟ ନିଜ ଗ୍ରାମରୁ ଗୋଛା ଯାଇଥିଲେ ସମ୍ପର୍କୀୟ ଙ୍କ ଘରକୁ। ପଲସର ବାଇକ ଯୋଗେ ଫେରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଲକ୍ଷ୍ମିବସ ଧକ୍କା ଦେଇଥିଲା ଫଳରେ ଗୁରୁତର ହୋଇପଡ଼ିଥିଲେ ଉଭୟ ଦୁଇଜଣ କିଛି ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ କିନ୍ତୁ ଏକ ଘଣ୍ଟା ପରେ ବି ରୋଗୀଙ୍କ ପାଖରେ ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚିକିତ୍ସାଳୟ ନିର୍ମାଣ ହୋଇଥିବା ବେଳେ ଆମ୍ବୁଲାନ୍ସ ର ସମସ୍ୟl ଲାଗିରହିଛି ।ଅବସ୍ଥା ସଙ୍କଟପନ୍ନ ହେବାରୁ ଗୋଟିଏ ବୋଲେରୋ ଭଡ଼ା କରି ବ୍ରହ୍ମପୁର ବଡ ମେଡିକାଲ କୁ ଉଭୟ ଙ୍କୁ ନେଇଛନ୍ତି ପାରିବାର ଲେକେ । ଯଦି ଆମ୍ବୁଲାନ୍ସ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦିଅନ୍ତି l ଥାହା ହେଲେ କିଛି ଜନ ଜୀବନ ବଞ୍ଚି ଯାଆନ୍ତା lବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
