ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାଗପୁର ଛକ ନିକଟରେ ଲଷ୍ମୀ ବସ ଓ ବାଇକ ମୁହାଁମୁହିଁ ଧକ୍କା

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାଗପୁର ଛକ ନିକଟରେ ଲଷ୍ମୀ ବସ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ତଲରେ ବାଇକ ଆରୋହି ମୃତ । ମୃତକ ହେଲେ ମଲ୍ଲିକାପୁର ଗ୍ରାମର ପ୍ରଭଞ୍ଜନ ସାହୁ । ଘଟଣାସ୍ତଲରେ ବାଲିକୁଦା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରିଛି । ସୂଚନମୁତାବକ ଉକ୍ତ ବସଟି ଯାତ୍ରୀନେଇ ବାଲିକୁଦା ଆସୁଥିବା ସମୟରେ ନାଗପୁର ଛକ ନିକଟରେ ବାଇକଚାଳକ ପ୍ରଭଞ୍ଜନ ସାହୁଙ୍କୁ ସାମ୍ନା ସାମ୍ନି ଧକା ଦେଇଥିଲା । ଘଟଣାସ୍ତଲରେ ପ୍ରଭଞ୍ଜନଙ୍କ ମୃତ୍ୟୁ ଘଟିଛି । ଘଟଣାପରେ କିଛି ସମୟ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ବାଲିକୁଦା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଏବଂ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ବ କରିଛି ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *