ତାଳଦା ପଞ୍ଚାୟତ କୁ ଗଡ଼ିଲା ଲକ୍ଷ୍ମୀ ବସ

ତାଳଦା ପଞ୍ଚାୟତ କୁ ଗଡ଼ିଲା ଲକ୍ଷ୍ମୀ ବସ ଅସ୍ତରଙ୍ଗ ( ୦୬/୦୫ ) ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ କୁବହୁତ ଦିନ ପରେ ଚାଲିଲା ଲକ୍ଷ୍ମୀ ବସ | ବିଜୁ ସେତୁ ନିର୍ମାଣ ପରେ ବି ଏହି ଅଞ୍ଚଳ କୁ ଲଷ୍ମୀ ବସ ସେବା ଯୋଗାଇ ଦିଆଯାଇନଥିଲା, ସେଥିପାଇଁ ଅଞ୍ଚଳ ବାସି ବହୁତ ଅସୁବିଧା ର ସମୁଖୀନ ହୋଇ ଖର୍ଚ୍ଚାନ୍ତ ହେଉଥିଲେ, ବିଳମ୍ବରେ ହେଉ ପଛେ ପ୍ରଶାସନ ର ହସ୍ତକ୍ଷେପ ପରେ ଅସ୍ତରଙ୍ଗ ରୁ ତାଳଦା ପଞ୍ଚାୟତ କୁ ଏହି ବସ ସେବା ଆରମ୍ଭ ହୋଇଛି । ତାଳଦା କୁ ସରକାରୀ ବସ୍ ସେବା ମିଳିବା ପରେ ସରପଞ୍ଚ ଇଂ ଦୀପକ ପରିଡ଼ା, ସମିତି ସଭ୍ୟ ଅମୀୟ ସେଠୀ, ସମାଜସେବୀ ତଥା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା, ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପରିଡା ସହ ଅଞ୍ଚଳ ବାସି ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନକୁ କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *