ଲକ୍ଷ୍ମୀପାଦ
|| ଲକ୍ଷ୍ମୀପାଦ ||
ସିଏ ଜହ୍ନ ରାଇଜର ମଣିଷଟିଏ
ଯାର ଅଛି କନ୍ଯାଟିଏ ।
ସକାଳ ପାହେ ତାର କିଚିରିମିଚିରି ଶବ୍ଦରୁ,
ସେ ହସେ, ହସାଏ
ସେ ଫୁଟେ, ମହଲକୁ ସଜାଏ,
ତା ମିଟିମିଟିକା ଆଖି
ଆକାଶର ତାରାଫୁଲ,
ତୁମ ନାହିଁ ନାହିଁର ସଂସାରରେ
ସେ ଲକ୍ଷ୍ମୀପାଦ,
ସତେ ଅବା ସେ କନକ କିରଣ
ତା ଛୁଆଁରେ ଉଭାନ୍ କଳା ବଉଦ ।
ସିଏ ନୁହେଁ କି ଚର୍ଚ୍ଚିତ ଚାବିକାଠି
ଯିଏ ଖୋଲିପାରେ ଅନ୍ଧାରୀ କୋଠରୀ?
ସଭିଙ୍କ ଚିଠିକୁ ପଢି ପାରେ ବୋଲି ତ
ସିଏ ଫୁଲ ପରାଣ,
ତୁମେ ଭାଙ୍ଗ ସେ ଯୋଡେ
ତା ସହୃଦୟତାର ତାରକସିରେ,
ତୁମେ ଅସଜଡା ସିଏ ସଜେଇଦିଏ
ତୁମକୁ ଅନ୍ତରଗଂତାର ଭାବଭୂମିରେ,
କନ୍ଯା ସନ୍ତାନଟିଏ ପୃଥିବୀକୁ ଓହ୍ଲାଇଲେ
କେତେଜଣଙ୍କର କୁହତ ପାଦ ତଳେ ଲାଗେନି
ସେ ମୂହୁର୍ତ୍ତରେ?
ହୋଇପାର ତୁମେ ନିସ୍ଵତାର ପାହାଡ ଚିରଦିନ,
ହୋଇପାର ତୁମେ ଉଡାଣ ବିହୀନ ଭଗ୍ନ ମନ,
କନ୍ଯା ତ ଚତୁର ଶିଳ୍ପୀ, ଚନ୍ଦନ ବନ,
କନ୍ଯା କଣ ତୁମ ପାଇଁ କମ୍ ବଡ ରତ୍ନ?
ତା ଭିତରେ ଥିବା ଖଣି
ପ୍ରେମର ଶତଦଳ, ସରାଗର ଶଂଙ୍ଖଧ୍ୱନି,
ନିସ୍ୱାର୍ଥ ରାଗରେ ସେ
ଅନୁରାଗ ଆବାହନୀ ।
କନ୍ଯା ମନ୍ଦିର ଭିତରର ଅଖଣ୍ଡ ଦୀପ,
ସେ ଚିରକାଳ ଜଳେ,
ଉପେକ୍ଷାର ତାତିରେ ସେ ମାଟି କାମୁଡ଼େ ।
ତା ଭିତରେ ଶ୍ରାବଣ,
ଫଗୁଣ ଅମାରାତି, ଜହ୍ନରାତି,
ଭାବର ଅବଗାହନରେ ସେ ସଂସାର ଗଙ୍ଗୋତ୍ରୀ ।
କନ୍ଯା ଅଛି ବୋଲି ତ
ମୁଁ ସ୍ଵପ୍ନବୀଣା,
ଆଲୋକର ଅଭିସାର,
ଆମ ନିର୍ଭିକ ଛାତି କଣ
ଏହାକୁ କରି ପାରିବ ଅସ୍ୱୀକାର?
*
©®ସୁଜିତ୍ କୁମାର ମିଶ୍ର ™
ଜନାର୍ଦ୍ଦନପୁର ଶାସନ ।କେନ୍ଦୁଝର
୭୬୮୩୮୬୭୭୪୨
