ଲକ୍ଷ୍ମୀନାରାୟଣ ମନ୍ଦିରଜୀର୍ଣ୍ଣ ଉଦ୍ଧାର ଓ ପାର୍ଶ୍ଵ ଦେବତା ସ୍ଥାପନ ।
ହିଞ୍ଜିଳିକାଟୁ ୨୬/୦୧/୨୬ ଧର୍ମୀୟ ଭାବନାରେ ଥିବା ଶାସନଆମ୍ବଗାଁ ପଞ୍ଚାୟତରେ ଲଷ୍ମୀନାରାୟଣ ମନ୍ଦିରର ଜୀର୍ଣ୍ଣ ଉଦ୍ଧାର ଓ ପାର୍ଶ୍ଵ ଦେବତା ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ମାଘ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମନ୍ଦିରର ସଂସ୍କାର ପୂଜା କାର୍ଯ୍ୟକ୍ରମ ସକାଳ ୭.୩୦ ରେ କର୍ମକାଣ୍ଡ ଆରମ୍ଭ ହୋଇଥିଲା । ପ୍ରଥମେ ସୂର୍ଯ୍ୟ ନାରାୟଣ ପୂଜା, ମଣ୍ଡଳ ପୂଜା, ପାର୍ଶ୍ଵଦେବତା ସଂସ୍କାର,ପାର୍ଶ୍ଵଦେବତା ସ୍ଥାପନା, ଯଜ୍ଞ, ଆଳତି, ପୁଷ୍ପାଞ୍ଜଳି, ପୂର୍ଣ୍ଣାହୁତି ହୋଇ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଛି ।ଶ୍ରୀରଙ୍ଗରାଜପୁର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ସଂକୀର୍ତ୍ତନ କରିବା ସହ ସମ୍ବର୍ଦ୍ଧନା କରାଯାଇ ଏକ ହାରମୋନିୟମ ପ୍ରଦାନ କରାଯାଇଛି । ପୁରୋହିତ ଅଖିଳ ତ୍ରିପାଠୀଙ୍କ ତତ୍ୱାବଧାନରେ ପାର୍ଶ୍ଵ ଦେବତାଙ୍କ ଜୀର୍ଣ୍ଣ ଉଦ୍ଧାର ଏବଂ ସଂସ୍କାର ମନ୍ତ୍ରପାଠ କରାଯାଇଛି । ସଂକୀର୍ତ୍ତନ ମଣ୍ଡଳି ସଭାପତି ଟୁଟୁ ନାୟକ ଆଲୋକ ନାୟକ, ପ୍ରକାଶ ସ୍ୱାଇଁ, ମନୋଜ ପାଢୀଙ୍କ ପ୍ରମୁଖ ସମସ୍ତ ଶାସନଆମ୍ବଗାଁ ବାସିନ୍ଦା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତଥିବା ବେଳେ ଲଷ୍ମୀନାରାୟଣ ମନ୍ଦିର ପ୍ରଥମ ସେବକ ପୁର୍ବତନ ହିଞ୍ଜିଳି ବିଧାୟକ ଶ୍ରୀଯୁକ୍ତ ଉଦୟ ନାଥ ନାୟକଙ୍କ ସାହାଯ୍ୟ ସହଯୋଗରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ସମାଜସେବୀ ଗଣେଶ ନାୟକ ସୁଚାରୁରୂପେ ସମ୍ପାଦନ କରିଥିଲେ ।
