ଜିଲ୍ଲାପାଳଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର:୨୨/୧( ) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଜିଲ୍ଲାପାଳ ଭି.କାର୍ତ୍ତିକ ଭାସନ୍ ଅଚାନକ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ଲକ୍ଷ୍ମୀପୁର ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ବ୍ଲକ କାର୍ଯ୍ୟାଳୟ କୁ ଯାଇ ସେଠାରେ ଏକ ସମୀକ୍ଷା କରିଥିଲେ । ବିଡିଓ ଗୁରେଶ୍ଵର ଭୋଇ, କନିଷ୍ଠ ଯନ୍ତ୍ରୀ ଏମ ପାୱାନ କୁମାର ଙ୍କୁ ସାଥିରେ ନେଇ ପରିଦର୍ଶନ ରେ ବାହାରି ଥିଲେ । ବ୍ଲକ ଅଧୀନ ରେ ରେ ଚାଲି ଥିବା ସମୁଦାୟ କାର୍ଯ୍ୟ ଗୁଡିକ ଉପରେ ସମୀକ୍ଷା କରି ଥିଲେ । ଏହା ସହିତ ଇଣ୍ଡଷ୍ଟ୍ରିଆଲ ପାର୍କ ଉପରେ ଗୁରୁତ୍ବ ଦେଇ ତୁରନ୍ତ ଏହି କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ କରି ଥିଲେ । ପାର୍କ ହେଲେ ସ୍ଥାନୀୟ ଲୋକ ନମରଞ୍ଜ କରିବାର ସୁଯୋଗ ପାଇ ପାରିବେ । ତେଣୁ ଏହା କୁ ଯଥା ଶୀଘ୍ର ଆରମ୍ଭ କରି ଲୋକଙ୍କ ଉଦ୍ଦେଶ୍ୟ ରେ ଦେବାକୁ କହି ଥିଲେ । ଏହା ପରେ କାକିରିଗୁମା ନିକଟସ୍ଥ ଗୌଡଗୁଡ଼ା ଜିପି ର ତଳ ମିଟିଙ୍ଗ ଜଳପ୍ରପାତ କୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ସେଠାର ବିଭିନ୍ନ କାର୍ଯ୍ୟ କରିବାକୁ ବିଡିଓ ଙ୍କୁ ପରାମର୍ଶ କରି ଥିଲେ । ତଳ ମିଟିଙ୍ଗ ଜଳପ୍ରପାତ ର ସମ୍ପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ ଦାଖଲ କରିକୁ ଜିଲ୍ଲାପାଳ ପରାମର୍ଶ କରି ଥିଲେ । ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଏ ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ଵ ଦେଇ କାର୍ଯ୍ୟ ଦୃତ ଗତିରେ ଚାଲୁ କରିବା ପାଇଁ ଚେଷ୍ଟା ଚାଲି ଥିବା ବିଡିଓ ଗୁରେଶ୍ଵର ଭୋଇ କହିଛନ୍ତି । ଜିଲ୍ଲାପାଳଙ୍କ ଅଚାନକ ଲକ୍ଷ୍ମୀପୁର ଗସ୍ତ କରି ବ୍ଲକ ର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରିବା ସହ ବ୍ଲକ ର ଉନ୍ନତିମୂଳକ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇ ଥିବାରୁ ଅଞ୍ଚବାସୀଙ୍କ ତରଫରୁ ସ୍ବାଗତ କରାଯାଇଛି । ଏହି ପରିଦର୍ଶନ ସମୟରେ ବିଡିଓ, କନିଷ୍ଠ ଯନ୍ତ୍ରୀ ଓ ବ୍ଲକ ର ଅନ୍ୟ କର୍ମଚାରୀ ମାନେ ମଧ୍ୟ ରହି ଥିଲେ ।

ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *