ନିମାପଡ଼ାରେ ନୂତନ ଶୀତଳ ଭଣ୍ଡାରର ଭିତ୍ତି ପ୍ରସ୍ଥର ସ୍ଥାପନ।

ନିମାପଡ଼ାରେ ନୂତନ ଶୀତଳ ଭଣ୍ଡାରର ଭିତ୍ତି ପ୍ରସ୍ଥର ସ୍ଥାପନ। କୃଷକ ମୋର୍ଚ୍ଚା ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ।ନିମାପଡ଼ା (ଓଡିଶା ସ୍ୱର) ନିମାପଡ଼ାରେ ୨୫୪୦ ମେଟ୍ରିକ୍‌ ଟନ୍‌ ସାମର୍ଥ୍ୟ ସହିତ ଗ୍ରାମ୍ୟ ଶୀତଳ ଭଣ୍ଡାରର ଭିତ୍ତିପ୍ରସ୍ତର ସ୍ଥାପନା କଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ମହିଳା ଓ ଶିଶୁ କଳ୍ୟାଣ, ମିଶନ୍ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ସ୍ରୀମତୀ ପ୍ରଭାତୀ ପରିଡ଼ା।ଏହି ପ୍ରକଳ୍ପଟି “ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଯୋଜନା” ଅଧୀନରେ ସ୍ଥାପିତ ହେବ।ଏହି ଆଧୁନିକ ଶୀତଳ ଭଣ୍ଡାରର ସ୍ଥାପନା କୃଷକମାନଙ୍କ ପାଇଁ ଏକ ମାଇଲ୍‌ଷ୍ଟୋନ୍‌ ଭାବେ ପରିଣତ ହେବ। ଚାଷୀମାନଙ୍କର ପୋଷ୍ଟ-ହାର୍ଭେଷ୍ଟ କ୍ଷତି ଯଥେଷ୍ଟ ଭାବରେ କମିବ।ଚାଷୀ ମାନେ ତାଙ୍କର ଉତ୍ପାଦନର ନ୍ୟାୟସଙ୍ଗତ ମୂଲ୍ୟ ପାଇପାରିବେ। ଚାଷ ଉତ୍ପାଦକମାନେ ସଶକ୍ତ ହେବେ ଏବଂ ମାର୍କେଟ୍‌ରେ ତାଙ୍କର ସ୍ଥାନ ମଜବୁତ ହେବ ବୋଲି ଚାଷୀ ନେତା ଆଶା ବ୍ୟକ୍ତ କରିଛନ୍ତି।ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଶାନ୍ତ ସ୍ୱାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପଦକ୍ଷେପଟି ନିମାପଡ଼ାର କୃଷକମାନଙ୍କ ପାଇଁ ଐତିହାସିକ ଦିନ ଆଣି ଦେଇଛି ବୋଲି ଦୃଢତାର ସହ ମତ ଦେଇଛନ୍ତି। ଏହା ପୋଷ୍ଟ-ହାର୍ଭେଷ୍ଟ କ୍ଷତି କମାଇବ, ଚାଷୀଙ୍କୁ ନ୍ୟାୟସଙ୍ଗତ ମୂଲ୍ୟ ଦେବ ଏବଂ ଲକ୍ଷାଧିକ କୃଷକଙ୍କ ଜୀବନକୁ ସିଧାସଳଖ ସୁଧାରିବ।ଏହି ଶୀତଳ ଭଣ୍ଡାରର ସ୍ଥାପନା ପୁରୀ ଜିଲ୍ଲାର ଅର୍ଥନୀତିରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଚାଷୀମାନେ ସଠିକ ସମୟରେ ବଜାରରେ ତାଙ୍କ ପଦାର୍ଥ ବିକ୍ରି କରିବାକୁ ସକ୍ଷମ ହେବେ। ପ୍ରକଳ୍ପଟିର କାର୍ଯ୍ୟନ୍ବୟନ ମଡର୍ଣ୍ଣ ରିଫ୍ରିଜେରେସନ୍‌ ଏବଂ ଇଞ୍ଜିନିୟରିଂ କୋ. ଦ୍ୱାରା କରାଯିବ।

Leave a Reply

Your email address will not be published. Required fields are marked *