ପୁରୀ ପେଣ୍ଠକଟା ସ୍ଥିତ ଥିନାର୍ଲା ବରଫ ଓ ଭାଗବତ ଗୀତା କମ୍ୟୁନିଟ ହଲର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ପୁରୀ ପେଣ୍ଠକଟା ସ୍ଥିତ ଥିନାର୍ଲା ବରଫ ଓ ଭାଗବତ ଗୀତା କମ୍ୟୁନିଟି ହଲର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ଏହି ଥିନାର୍ଲା ବରଫ ଓ ଭାଗବତ କମ୍ୟୁନିଟି ହଲଟି ଏମପି ଲାଣ୍ଡ ରାଜ୍ୟ ସଭା ଏମ୍ପି ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିୟା ଯୋଗଦାନ କରି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି କମ୍ୟୁନିଟି ହଲ ନିର୍ମାଣ ହେଲେ ସମସ୍ତେ ଉପକୃତ ହୋଇପାରିବେ। ପେଣ୍ଠକଟା ବାସିନ୍ଦା ମାନଙ୍କର ଦୀର୍ଘ ଦିନର ଦାବି ଥିଲା ସେମାନଙ୍କ ପାଇଁ ଭାଗବତ ପଠନର ଏକ ହଲ ସହ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଯାହାଦ୍ୱାରା ପେଣ୍ଠକଟା ବାସିନ୍ଦା ଏହି ହଲରେ ଭାଗବତ ପଠନ ସହ ଅନାନ୍ୟ କାର୍ଯ୍ୟକ୍ରମ ଓ ସାହିର ଉନ୍ନତିର ସମ୍ବନ୍ଦୀୟ ବୈଠକ ଅନୁଷ୍ଠିତ ହେବ l ସେପଟେ ପେଣ୍ଠକଟା ବାସିନ୍ଦାଙ୍କର ସର୍ବାଙ୍ଗ ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି l ସେମାନେ ସମୁଦ୍ରରୁ ମାଛ ଧରିଲେ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ l ସେମାନେ କିପରି ସୁବିଧାରେ ମାଛ ଧରିବା ପାଇଁ ଯିବା ସହ ସରକାରଙ୍କ ଅନେକ ସୁବିଧାରୁ କିପରି ବଞ୍ଚିତ ନହୁଅନ୍ତି ତା ପ୍ରତି ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ l ଏହି କାର୍ଯ୍ୟକର୍ମରେ ସାମାଜିକ କର୍ମୀ କେ ପ୍ରସନ କୁମାର,ଚେପାଳ ରାମନା,କାନ୍ଧଲା ତାତା ରାଓ,ବୋନ୍ଧି ଚିଟି,କେ ରାମନା,ବୋନ୍ଧି ଆପା ରାଓ,ଏରିପିଲି ଆପଲରାଜୁ,ବୋନ୍ଧି ଜଗା,କୋବିନ ନାଲା ପ୍ରମୁଖ ଉପସ୍ଥିତ ଥିଲେ
