ପିପଳପଙ୍କା ଜଳସେଚନ ପ୍ରକଳ୍ପ ର ବିଭାଜନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ।
ଦୀର୍ଘବର୍ଷର ବ୍ୟବଧାନ ପରେ ସୋରଡ଼ା ଅଂଚଳବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି।ଜିଲ୍ଲାର ୪୦ ପ୍ରତିଶତ ଗାଁରେ ଜଳ ସେଚନର ସୁବିଧା ପହଂଚିବ ।ଗଞ୍ଜାମ ଜିଲ୍ଲାର ସୋରଡ଼ା ଜଳସମ୍ପଦ ବିଭାଗ ଡାକ ବଙ୍ଗଳା ଠାରେ ପିପଳପଙ୍କା ଜଳ ସେଚନ ପ୍ରକଳ୍ପ ବିଭାଜନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ପ୍ରକଳ୍ପ ହେବା ଦ୍ବାରା ଆଉ ଜଳର ଅଭାବ ରହିବ ନାହିଁ,ପିଇବା ପାଣି ଠାରୁ ଆରମ୍ଭ କରି ଜମିକୁ ଜଳ ସେଚନର ସୁବିଧା ହୋଇପାରିବ ବୋଲି କହିଛନ୍ତି ବିଧାୟକ। କାର୍ଯ୍ୟକ୍ରମରେ ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ସହକାରୀ ଯନ୍ତ୍ରୀ କେ ଦେବେନ୍ଦ୍ର ପ୍ରଧାନ,ବିଜୟ ପଟ୍ଟନାୟକ ବୈରାଗି ଚରଣ ଜେନା, ପୀତବାସ ମାଝୀ,ରହିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମନସ୍ୱନି ସାହୁ, ଶିବାନୀ ସାହୁ ଓ ଠିକାଦାର ଚନ୍ଦନ ପାଢ଼ୀ ଉପସ୍ଥିତ ରହିଥିଲେ ଏଥିରେ ବିଧାୟକ ଙ୍କ ସମର୍ଥକ ଜଗଦୀଶ ରାଜୁ,କାଳିଆ ପାତ୍ର,ଜୟରାମ ପାତ୍ର, ବୋହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ।
ଗଂଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
