ନୂତନ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ବେନ୍ତାଳ ପଞ୍ଚାୟତ ଅଧୀନସ୍ଥ ଭାବନିବିନ୍ଧା ଗଣେଶ କମ୍ୟୁନିଟି ସେଣ୍ଟର ଠାରୁ ଗୋପାଳବିନ୍ଧା ପର୍ଯ୍ୟନ୍ତ ନୂତନ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ସାମିଲ ହେଲେ ଭଦ୍ରକ ର ଯୁବ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର ।ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ନିର୍ମାଣ ହେବାକୁ ଯାଉଥିବା ଏହି ରାସ୍ତା କେବଳ ଯାତାୟାତର ସୁବିଧା ନୁହେଁ ବରଂ ଗ୍ରାମ ଉନ୍ନତିର ନୂତନ ଅଧ୍ୟାୟର ଆରମ୍ଭ।

ଏହା ଅଞ୍ଚଳର ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ସୁଗମ କରିବା ସହ ଆର୍ଥିକ କାର୍ଯ୍ୟକଳାପକୁ ଗତିଶୀଳ କରିବ। ବୋଲି ବିଧାୟକ ପ୍ରକାଶ କରିଥିଲେ। ବେନ୍ତାଳ ପଞ୍ଚାୟତ ର ସରପଞ୍ଚ ଗୁରୁ ଗୋବିନ୍ଦ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଆର୍ ଡି ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସମିତି ସଭ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *