ମାତ୍ର ୨୦ ଘଣ୍ଟା ରେ ଅନର୍ଗଳ ସଂସ୍କୃତ କହିବା ଶିଖନ୍ତୁ।

ବ୍ଯାସନଗର ଅଦ୍ଯ ତା ୧୫/୦୯/୨୦୨୫ ରିଖ ସୋମବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ବର୍ଗ ଉଦ୍ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଓ ବାଲେଶ୍ଵର ଅମୃତବାଣୀ ସେବା ପ୍ରତିଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ସମ୍ଭାଷଣ ବର୍ଗକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେ ଅମୃତବାଣୀ ସେବା ପ୍ରତିଷ୍ଠାନ ର ରାଷ୍ଟ୍ରୀୟ ସଚିବ ଶ୍ରୀ ଯୁକ୍ତ ଜୟପ୍ରକାଶ ଶାସ୍ତ୍ରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସଂସ୍କୃତ ଭାଷା ଅତି ସରଳ ଓ ଏହାକୁ ଦୈନିକ ୨ ଘଣ୍ଟା କରି ଅଭ୍ୟାସ କଲେ ୧୨ ବର୍ଷ ବୟସରୁ ଉର୍ଦ୍ଧ୍ବ ଯେକେହି ବ୍ୟକ୍ତି ମାତ୍ର ୧୦ ଦିନ ରେ ଅନର୍ଗଳ ସଂସ୍କୃତ କହିପାରିବ ବୋଲି ନିଜର ମତ ରଖିଥିଲେ।

ସଂସ୍କୃତ ସମ୍ଭାଷଣ ବର୍ଗର ସଂଯୋଜକ ଅଧ୍ୟାପକ ଶ୍ରୀ ଯୁକ୍ତ ଅଜୟ କୁମାର ପଣ୍ଡା ଅତିଥି ମାନଙ୍କ ର ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମନ୍ତ୍ରପାଠ କରାଯାଇ କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଥିଲା। ଏହି ଦଶଦିନାତ୍ମକ ସମ୍ଭାଷଣ ଶିବିର ରେ ଶହେରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହା ୧୫/୯/୨୦୨୫ ରୁ ୨୪ /୯/୨୦୨୫ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରୀୟ ସଚିବ ଶ୍ରୀ ଯୁକ୍ତ ଶାସ୍ତ୍ରୀ ଏହି ଶିବିର କୁ ୧୦ ଦିନ ଧରି ଚାଳନା କରିବେ। ପ୍ରତ୍ୟେକ ଦିନ ଏହା ଦିବା ୯.୦୦ ଘଟିକା ରୁ ୧୧.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିବାକୁ ଆଜିର କାର୍ଯ୍ୟକ୍ରମ ରେ ଅନୁରୋଧ କରିଥିଲେ। ଶେଷରେ ସଂସ୍କୃତ ବିଭାଗର ଅଧ୍ୟାପିକା ସହ ସଂଯୋଜିକା ଶ୍ରୀ ମତି ସସ୍ମିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିର ଆସନ୍ତା ୨୪/୦୯/୨୦୨୫ ରେ ସମାପନ ହେବ l

Leave a Reply

Your email address will not be published. Required fields are marked *