ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ ସି, ଏସ ମହାବିଦ୍ୟାଳୟ ରେ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ବିଷୟ କାୟିକ ଭୃଣ ଓ ଉଦ୍ଭିଦ ଭୃଣ ର ବିକାଶ କୁନେଇ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗର ଅତିଥି ପ୍ରଫେସର ଡ଼ ସତୀଶ ପ୍ରସାଦ ନାୟକ ଯୋଗଦେଇ ଉଦ୍ଭିଦ ଭୃଣର ବିକାଶ କିପରି ଘଟେ ଆଲୋଚନା କରିଥିଲେ l ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ରଥ ଆଭିମୁଖ୍ୟ ଉପରେ ଆଲୋକ ପାତ କରିଥିବା ବେଳେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ l ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ଅଶୋକ କୁମାର ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ସ୍ନାତକୋତ୍ତର ଛାତ୍ର ବଳରାମ ବେହେରା ଓ ଛାତ୍ରୀ ସ୍ମୃତି ପ୍ରିୟା ମଲ୍ଲିକ ପ୍ରବନ୍ଧ ପାଠ କରିଥିଲେ l ଅଧ୍ୟାପକ ରବିନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l
