ଗୋଛାପଡା ଥାନା ପରିସରରେ ଅନୁଷ୍ଠିତ ହେଲା ଆଇନ ସଚେତନତା କାର୍ଯ୍ୟକ୍ରମ I

ଫୁଲବାଣୀ ,୦୪/୦୩/୨୦୨୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପରିସରରେ ଏକ ଆଇନ ଅଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ରାଜ୍ୟର ନୂତନ ଭାବରେ ଲାଗୁ ହୋଇଥିବା ବା ଭାରତୀୟ ପିଙ୍ଗଳ କୋର୍ଟ ଆଇନ ରୁ ପରିବର୍ତ୍ତନ ହୋଇଥିବା ଭାରତୀୟ ନ୍ୟାୟ ସଂହିତା ବିଷୟରେ ଉପସ୍ଥିତ ଜନସାଧାରଙ୍କୁ ସଚେତନତା କରାଯାଇଥିଲା I

ଅନ୍ୟପଟେ ପୋଲିସ ର କାର୍ଯ୍ୟକଳାପ ସହ ଆଇନ ଶୃଙ୍ଖଳା ବିଷୟରେ ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଲୋଚନା ହେବା ସହ ପୋଲିସ ଜନସାଧାରଣ ଙ୍କ ସେବା ପାଇଁ ରହିଛି ଓ ଜନସାଧାରଣ ପୋଲିସ କୁ ସହଯୋଗ କଲେ ଅଞ୍ଚଳରେ ଆଇନ ଶୃଙ୍କଳା ପରିସ୍ଥିତି ମଧ୍ୟ୍ୟ ନିୟନ୍ତ୍ରଣ ହୋଇପାରିବ ବୋଲି ଥାନା ଅଧିକାରୀ ଉପସ୍ଥିତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ I ସେପଟେ ଏହି କାର୍ଯ୍ୟକ୍ରମ ରେ ଗୋଛାପଡା ଅଂଚଳର , କୁଇରୀମାଣ୍ଡୁ ପଞ୍ଚାୟତ ର ସମିତି ସଭ୍ୟ ପଞ୍ଚାନନ ଦିଗାଳ ଙ୍କ ସହ ଅଂଚଳର ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଓ ଥାନାରେ କାର୍ଯ୍ୟରତ ଏସଏଇ ରୂପକ ଦଳେଇ, ଏଏସଏଇ ହେମସାଗର ଭୋଇ ଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ I

Leave a Reply

Your email address will not be published. Required fields are marked *