ଜିଲ୍ଲାରେ କୁଷ୍ଠ ରୋଗର ଚିହ୍ନଟ ଅଭିଯାନ
ଜିଲ୍ଲାରେ କୁଷ୍ଠ ରୋଗର ଚିହ୍ନଟ ଅଭିଯାନ ନିମନ୍ତେ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ
ନବରଙ୍ଗପୁର ତା ୫.୧୧.୨୦୨୫: ଗତ କାଲି ସନ୍ଧ୍ୟା ଘ୬.୩୦ମି ସମୟରେ ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ୨୦୨୫-୨୬ ବର୍ଷ ରେ କୁଷ୍ଠ ରୋଗର ଚିହ୍ନଟ ଅଭିଯାନ ନିମନ୍ତେ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସ୍ବାସ୍ଥ୍ୟ ସମିତି ନବରଙ୍ଗପୁର ଏବଂ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅନୁଯାୟୀ ଏହି ଚିହ୍ନଟ ଅଭିଯାନ ଆସନ୍ତା ୧୭.୧୧.୨୦୨୫ ରୁ ୩୦.୧୧.୨୦୨୫ ପର୍ଯ୍ୟନ୍ତ ୧୦ ଟି କର୍ଯ୍ୟଦିବସ ରେ ୯ ଟି ବ୍ଲକ ( ରାଇଘର ବ୍ୟତୀତ) ୧୮୮୨ ଟି ଗ୍ରାମ ରେ ଅନୁଷ୍ଠିତ ହେବ।କୁଷ୍ଠ ମୁକ୍ତ ନବରଙ୍ଗପୁର ଜିଲ୍ଲାର ସଫଳ ରୂପାୟନ ଦିଗରେ ଏହି ଅଭିଯାନ ନିଶ୍ଚୟ ଫଳପ୍ରଦ ହେବାକୁ ଚେଷ୍ଟା କରାଯାଉଛି।୨୦୨୫-୨୬ ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ନୂତନ ଭାବେ ୧୨୭ ଜଣଙ୍କୁ କୁଷ୍ଠ ରୋଗ ର ଲକ୍ଷଣ ଥିବା ଚିହ୍ନଟ କରାଯାଇଛି।୨୦୨୪-୨୫ ରେ ଏହି ସଂଖ୍ୟା ୪୦୮ ଥିଲା। ବର୍ତମାନ ନବରଙ୍ଗପୁର ଜିଲ୍ଲାରେ ୨୪୨ ଜଣ ସକ୍ରିୟ କୁଷ୍ଠ ରୋଗୀ ସରକାରଂକ ପ୍ରଦତ୍ତ ମାଗଣା ଔଷଧ ରେ ଚିକିତ୍ସିତ ହେଉଛନ୍ତି।ଏହି ଅଭିଯାନ ରେ ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ, ସୁପରଭାଇଜର ମାନଙ୍କ ମିଳିତ ଉଦ୍ୟମ ରେ ୯ ଟି ବ୍ଲକ୍ ଅନ୍ତର୍ଗତ ସମସ୍ତ ଗ୍ରାମ, ସ୍କୁଲ୍ ବିଶେଷ ଭାବରେ ଚିହ୍ନଟ କାର୍ଯ୍ୟକ୍ରମ କରାଯିବ।୨୦୨୫ ଡିସେମ୍ବର ୧୩ ସୁଦ୍ଧା ଚୁଡାନ୍ତ ରିପୋର୍ଟ ପ୍ରଦାନ କରାଯିବ।ବୈଠକରେ ଏ ଡି ପି ଏଚ ଓ( କୁଷ୍ଠ ରୋଗ) ଡ ସୁକାନ୍ତ ଶତପଥୀ, ଏ ଡି ପି ଏଚ ଓ( ମ୍ୟାଲେରିଆ) ଡ ଏନ୍ ରବିବାବୁ, ଏ ଡି ପି ଏଚ ଓ( ବି ଭି ଡି) ଡ ମଳୟ ପଣ୍ଡା, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର,ଜିଲ୍ଲା କୁଷ୍ଠାରୋଗ ପରାମର୍ଶଦାତା ଇର୍ଷାତ ଖାଁ , ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।
