ମାନବଧର୍ମ ମଣିଷ ର ଧର୍ମ ହେଉ:ମାନବତା ମଣିଷ ର କର୍ମ ହେଉ
ସମ୍ବିଧାନ ରେ ଉଲ୍ଲେଖ ରହିଛି ମଣିଷର ଅଧିକାର।ଖାଦ୍ୟ, ବସ୍ତ୍ର, ବାସଗୃହ ସହ ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ରହିଛି ଅଧିକାର। ହେଲେ ସରକାର, ପ୍ରଶାସନ ଓ ଜନଗଣଙ୍କ ମଧ୍ୟରେ ଅବିଶ୍ଵାସ,ସମନ୍ୱୟ ର ଅଭାବ ,ମାନବତା ର ଅଭାବ ଭିତରେ ମଣିଷକୁ ଭଲପାଇବା ରେ ହୀନମନ୍ୟତା ଆଜି ମଣିଷ ନିଜର ଅଧିକାର ହରାଇଛି। ଯାହାଫଳରେ ସ୍ଵାଧୀନତା ର ୪୫ ବର୍ଷ ପରେ ଭାରତୀୟଙ୍କ ପାଇଁ ଦରକାର ହେଲା ହ୍ୟୁମାନ ରାଇଟ ଆକ୍ଟ -୧୯୯୩। ଆଉ ଆକ୍ଟ ହେବାର ୩୨ ବର୍ଷ ପରେ ମଧ୍ୟ ଆଜିବି ଶିକ୍ଷା, ସ୍ବାସ୍ଥ୍ୟ ରେ ସମାନତା ର ଅଭାବ ରହିଛି,ଆଜି ବି ନ୍ୟାୟ ପାଇଁ କଙ୍ଗାରୁ କୋର୍ଟ ବସୁଛି,ଆଜି ବି ଶାନ୍ତିପୂର୍ଣ୍ଣ ସମାବେଶ ପାଇଁ ଅନୁମତି ମିଳୁନି, ଆଜି ବି’ ସଂରକ୍ଷଣ ନାମରେ ମଣିଷ ନିର୍ଯାତୀତ ହେଉଛି, ଆଜି ବି ମହାପ୍ରୟାଣ ରେ,ନାରୀ ର ପ୍ରସ୍ତୁତି ରେ, ଜୀବନ ଜୀବିକା ପାଇଁ ମାନବ ଅଧିକାର କ୍ଷୂର୍ଣ୍ଣ ହେଉଛି। ଏଥିପାଇଁ ପ୍ରଜାପାଳନ ରେ ମାନବତା ଆମର କର୍ମ ଓ ଧର୍ମ ହେଉ ବୋଲି ମାନବ ଅଧିକାର ଦିବସ ଉପଲକ୍ଷେ ନ୍ୟାସନାଲ ମିଡ଼ିଆ ଫାଉଣ୍ଡେସନ ନୁଆଦିଲ୍ଲୀ ଓଡ଼ିଶା ଚାପ୍ଟର ଦ୍ବାରା ଆୟୋଜିତ ଆଲୋଚନା ଚକ୍ର ରେ ମତପ୍ରକାଶ ପାଇଛି। ବରିଷ୍ଠ ସ୍ତମ୍ଭକାର ଡକ୍ଟର ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତା ତଥା ହାଇକୋର୍ଟ ର ବରିଷ୍ଠ ଅଧିବକ୍ତା ରଶ୍ମୀ ରଞ୍ଜନ ଦାଶଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ଡକ୍ଟର ବଦ୍ରିନାଥ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ, ଓଡ଼ିଶା ସାହିତ୍ୟ ଓ ସଂଗୀତ ନାଟକ ଏକାଡେ଼ମୀ ର ସଂପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ମୁଖ୍ୟବକ୍ତା,ଓ ସମ୍ମାନୀତ ଅତିଥି ଭାବେ ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ର ନିର୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଓଡ଼ିଶା ଗଣମାଧ୍ୟମ ର ବରିଷ୍ଠ ବ୍ୟକ୍ତିତ୍ବ ଶ୍ୟାମାପ୍ରସାଦ ମିଶ୍ର,ମିଶନ ଓଡ଼ିଶା ତଥା ସେଣ୍ଟ ଜନ ଆମ୍ବୁଲାନ୍ସ ର ପ୍ରମୁଖ ମଧୁସୂଦନ ମିଶ୍ର , ସରକାରଙ୍କ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ତଥା ଦକ୍ଷିଣ ଓଡ଼ିଶାର ର ପ୍ରତିନିଧି ଡକ୍ଟର ଶରତ କୁମାର ବେହେରା ଓ ସାମ୍ବାଦିକ ତଥା ପଶ୍ଚିମ ଓଡ଼ିଶାର ପ୍ରତିନିଧି ରାଧେଶ୍ୟାମ ପାଢୀ ଯୋଗଦାନ କରି ମାନବତା ହିଁ ଭାରତବର୍ଷ ର ପ୍ରତିଟି ନାଗରିକଙ୍କୁ ମାନବୀୟତା ଶିକ୍ଷା ଦେଉ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଏକାଡେମୀ ର ସଂପାଦକ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ,ନିର୍ଭୟ ର ବାର୍ତ୍ତା ସଂପାଦକ ବିଶ୍ବଭୂଷଣ ମିଶ୍ର, ପୁରୀ କ୍ରୀଡା ଆସୋସିଏସନ୍ ସଂପାଦକ ରବିଶଙ୍କର ପ୍ରତିହାରୀ,ପ୍ରିୟଙ୍କା ଦେବୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବାବୁଲା ବେହେରା,ବୃନ୍ଦା ଫାଉଣ୍ଡେସନ ର ମୁଖ୍ୟ ସନ୍ତୋଷ କର, କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବିଭାଗ ର ବିଶିଷ୍ଟ ବ୍ୟକ୍ତିତ୍ବ ପାରାଦୀପ ର ନୃସିଂହ ବିଶ୍ଵାଳ , ନିର୍ମାଲ୍ୟ ସଂପାଦକ ବିଶ୍ଵନାଥ ମିଶ୍ର,ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଷ୍ଟ, ଓଡ଼ିଶା ଯୁବ ଚେତନା ସଂଗଠନ ର ଶିବରାମ ପ୍ରଧାନ , ସମର୍ପଣ ର ଜୟନ୍ତୀ ମହାପାତ୍ର, ସୌମ୍ୟରଞ୍ଜନ ପାତ୍ର ଓ ସାଗରିକା ରଥଙ୍କୁ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ଡକ୍ଟର ବିଶ୍ଵନାଥ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଯାପନୀ ଭାଷଣ ଦେଇ ଡକ୍ଟର ବଦ୍ରି ମିଶ୍ର କହିଥିଲେ ଯେ ମାନବ ଅଧିକାର ପାଇଁ ଆଉ ଏକ ସ୍ବାଧୀନତା ଲୋଡ଼ା ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଡକ୍ଟର ନୀଳମାଧବ ଦାଶ,ରଞ୍ଜନ କୁମାର ସାହୁ, ବସନ୍ତ କୁମାର ନାୟକ ଓ ଦେବରାଜ ଦାସ।
