ସମୟ ସୀମା ଶେଷ ହୋଇଥିବା ସାମଗ୍ରୀ ଉପରେ ଚଢ଼ାଉ

ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ର ବିଭିନ୍ନ ଦୋକାନ ରେ ବୈଧ ସମୟ ସୀମା ଶେଷ ହୋଇଥିବା ସାମଗ୍ରୀ ଉପରେ ଚଢ଼ାଉ କରାଯାଇଛି l ଜିଲ୍ଲା ଭେଷଜ ନିରୀକ୍ଷ୍ୟକ ସନ୍ତୋଷ ପ୍ରଧାନ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ଙ୍କ ତତ୍ୱାବଧାନ ରେ ବାଲିଗୁଡା ପୋଲିସ ସହାୟତା ରେ ଏହି ଚଢ଼ାଉ କରାଯାଇଛି l କନ୍ଧମାଳ ଜିଲ୍ଲାବାଲିଗୁଡା ସହର ର କଲେଜ ଛକ, ବସଷ୍ଟାଣ୍ଡ ଅଂଚଳ ରେ ଥିବା ବିଭିନ୍ନ ଦୋକାନ ରେ ଚଢ଼ାଉ କରି ବୈଧ ସମୟ ଶେଷ ହୋଇଥିବା କୋଲଡ଼ ଡ୍ରିଂକ୍ସ ଜବତ କରି ନଷ୍ଟ କରାଯିବା ସହ ଖାଦ୍ୟ ସୁରକ୍ଷା ଲାଇସେନ୍ସ ନଥିବା ଓ ନବୀକରଣ ହୋଇନଥିବା ଦୋକାନୀ ଠାରୁ ଜୋରିମାନା ଆଦାୟ କରାଯାଇଥିଲା lବାଳିଗୁଡ଼ାରୁ ଭବାନୀ ଶଙ୍କର ଜେନା

Leave a Reply

Your email address will not be published. Required fields are marked *