ଘୁମୁସର ଜିଲ୍ଲା ଗଠନ ଦାବି : ଆର୍ ଡି ସି ଙ୍କୁ ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ଘୋଷଣା ଦାବିରେ ‘ଘୁମୁସର ବାହିନୀ’ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କୁ ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଘୁମୁସର ବାହିନୀ ସଦସ୍ୟ ଦିଲ୍ଲୀପ ପଣ୍ଡା,ଚନ୍ଦନ ଶତପଥୀ, ମାଧବ ନାୟକ,ନଚିକେତା ପ୍ରମୁଖ ଉପସ୍ଥିତ ରହି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କ କାଯ୍ୟାଳୟ ଠାରେ ୯ ଦଫା ତଥ୍ୟ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୧୯୯୩ ମସିହା ଠାରୁ ଆରମ୍ଭ ହୋଇଥିବା ଘୁମୁସର ଜିଲ୍ଲା ଆନ୍ଦୋଳନ ତଥ୍ୟ, ଆବଶ୍ୟକୀୟ ଭିତ୍ତିଭୂମି, ଦୁଇ ପୂର୍ବତନ ବିଧାୟକ ରାମକୃଷ୍ଣ ଗୌଡ଼,ମାଧବାନନ୍ଦ ବେହେରା ଙ୍କ ବିଧାନସଭା ରେ ମିଳିତ ମନ୍ତବ୍ୟ, ଜିଲ୍ଲା ଆନ୍ଦୋଳନ କୁ ନେଇ ସୋମନାଥ ନାୟକ ଙ୍କ ଲିଖିତ ପୁସ୍ତକ,ଘୁମୁସର ର ଐତିହାସିକ ମାନଚିତ୍ର,ଜିଲ୍ଲା ଗଠନ ନିମନ୍ତେ ୫ଟି ସଚିବ ଙ୍କୁ ଦିଆଯାଇଥିବା ଦାବିପତ୍ର,ଓକିଲ ସଂଘ,କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ର ନକଲ ଗୁଡିକୁ ସଂଯୋଗ କରାଯାଇ ପ୍ରଦାନ କରାଯାଇଛି। ସାମାଜିକ,ସାଂସ୍କୃତିକ,ଭୌଗଳିକ ସବୁ ଦୃଷ୍ଟି କୋଣରୁ ଘୁମୁସର ଅଞ୍ଚଳ ଜିଲ୍ଲା ପାଇଁ ଯୋଗ୍ୟ ଅଟେ । ଏଥି ସହିତ ସୀମାନ୍ତ କଳିଙ୍ଗା ଘାଟି ରୁ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ୧୫୦ କିମି । ଜିଲ୍ଲାପାଳ ଙ୍କ କାଯ୍ୟାଳୟ କୁ କୌଣସି କାଯ୍ୟ ରେ ଯାଇ ପୁଣି ସେହି ଦିନ ଫୋରିବା ସମ୍ଭବ ନୁହେଁ । ଫଳରେ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲା ଗଠନ ନିମନ୍ତେ ଜନସାଧାରଣ ଙ୍କ ଆନ୍ତରିକତା ଓ ସମସ୍ୟା ଙ୍କୁ ହୃଦୟଙ୍ଗମ କରି ସରକାର ତୁରନ୍ତ ଜିଲ୍ଲା ଘୋଷଣା କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଘୁମୁସର ବାହିନୀ ସ୍ମାରକପତ୍ର ରେ ଉଲ୍ଲେଖ କରିଛି। ଆଗାମୀ ଦିନରେ ଏହି ପ୍ରସଙ୍ଗ ରେ ମୁଖ୍ୟ ଶାସନ ସଚିବ ଓ ରାଜସ୍ଵ ସଚିବ ଙ୍କୁ ସାକ୍ଷାତ କରାଯାଇ ତଥ୍ୟ ପ୍ରଦାନ କରାଯିବ ବୋଲି ସଦସ୍ୟ ମାଧବ ନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *