ବନ୍ଦୋବସ୍ତ ଓ ଚକବନ୍ଦୀ ଅଦାଲତ ରେ ମାମଲା ଗୁଡିକ ବର୍ଷ ବର୍ଷ ଧରି ପଡିରହୁଥିବା ନେଇ ରାଜସ୍ବ ମନ୍ତ୍ରୀ ଙ୍କୁ ଚିଠି

ବନ୍ଦୋବସ୍ତ ଓ ଚକବନ୍ଦୀ ଅଦାଲତ ରେ ମାମଲା ଗୁଡିକ ବର୍ଷ ବର୍ଷ ଧରି ପଡିରହୁଥିବା ନେଇ ରାଜସ୍ବ ମନ୍ତ୍ରୀ ଙ୍କୁ ଚିଠି

ବ୍ରହ୍ମପୁର :-୧୨/୦୬ ବ୍ରହ୍ମପୁରରେ ଥିବା ଅତିରିକ୍ତ କମିଶନର ବନ୍ଦୋବସ୍ତ ଓ ଚକବନ୍ଦୀ ଅଦାଲତ ରେ ଛ’ମାସିକିଆ ବାଇଦା ମିଳୁଥିବାରୁ ମାମଲା ଗୁଡିକ ବର୍ଷ ବର୍ଷ ଧରି ପୋଡିରହୁଛି l
ଗଞ୍ଜାମ ଜିଲ୍ଲା ପାଇଁ ବ୍ରହ୍ମପୁର ରେ ଥିବା ଦୁଇଟି ଅତିରିକ୍ତ କମିଶନର ବନ୍ଦୋବସ୍ତ ଓ ଚକବନ୍ଦୀ ଅଦାଲତ ରହିଛି l ୧ମ ଅତିରିକ୍ତ କମିଶନର ଅଦାଲତରେ ବ୍ରହ୍ମପୁର ଉପଖଣ୍ଡ -ଜିଲ୍ଲପାଳଙ୍କ ଅଧୀନରେ ଆସୁଥିବା ଛ’ ଟି ତହସିଲ ରହିଛି ଏବଂ ସେହିପରି ୨ୟ ଅତିରିକ୍ତ କମିଶନର ଅଦାଲତରେ ଛତ୍ରପୁର ଓ ଭଞ୍ଜନଗର ଉପଖଣ୍ଡ ଜିଲ୍ଲପାଳଙ୍କ ଅଧୀନରେ ଆସୁଥିବା ତହସିଲ ଗୁଡିକ ରହିଛି lଏହି ଅଦାଲତ ଗୁଡିକରେ ଚକବନ୍ଦୀ ବିଭାଗୀୟ ଙ୍କ ଦ୍ୱାରା କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହେଇଥିଲେ ସେହି ବ୍ୟକ୍ତି ମାମଲାର ନିୟମିତା କିମ୍ବା ସଠିକତା. ବୈଧତା ସମ୍ପର୍କ ରେ ନିଜର ସନ୍ତୋଷ ବିଧାନ ପାଇଁ ଏହି ଅଦାଲତ ଗୁଡିକରେ ସଂଶୋଧନ ପାଇଁ ଦ୍ୱାରସ୍ଥ ହୋଇଥାନ୍ତି l
ବର୍ତମାନ ଦେଖିବାକୁ ମିଳୁଛି କ୍ଷିପ୍ର ଲେଖକ (ଷ୍ଟେନୋ), କିରାଣୀ ଓ ଚପରାସି ଅଭାବ ଯୋଗୁଁ ମାମଲା ଗୁଡିକର ଶୀଘ୍ର ରାୟ ପ୍ରକାଶ ହୋଇପାରୁ ନାହିଁ l ଛଅ ମାସିକିଆ ବାଇଦା ତାରିଖ ମିଳୁଥିବାରୁ ଓକିଲ ଓ ମହକିଲ ମାନେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି l ଜିଲ୍ଲା ରେ ପ୍ରାୟ ଦଶ ହଜାର ମାମଲା ପଡି ରହିଛି ଏବଂ ପ୍ରତିବର୍ଷ ଏକ ହଜାର ରୁ ଉର୍ଦ୍ଧ ମାମଲା ଦାଖଲ ହେଉଛି l ବ୍ରହ୍ମପୁରରେ ଥିବା ଅତିରିକ୍ତ କମିଶନର ବନ୍ଦୋବସ୍ତ ଓ ଚକବନ୍ଦୀ ଅଦାଲତରେ ତୁରନ୍ତ ଆବଶ୍ୟକୀୟ କର୍ମଚାରୀ ପୂରଣ କରାଯାଇ ମାମଲା ଗୁଡିକର ରାୟ ଶୀଘ୍ର ପ୍ରକାଶ କରାଯିବା ନେଇ ଦାବୀ କରିଛନ୍ତି
ଗଞ୍ଜାମ ଓକିଲ ସଂଘ,ସଭାପତି ମନୋଜ ପଟ୍ଟନାୟକ l

Leave a Reply

Your email address will not be published. Required fields are marked *