ସତ ପାଖେ ମିଛ ବନ୍ଧା ପଡିଛି

ଶୀର୍ଷକ _ସତ ପାଖେ ମିଛ ବନ୍ଧା ପଡିଛି


ରୀତାରାଣୀ ଦାଶ
ବାଲେଶ୍ୱର

ସତ ପାଖେ ଆଜି ମିଛ ଅଟେ ବନ୍ଧା
ଜୀବନ ସତ୍ୟକୁ ଖୋଜିବା ନିଜେ
ମିଛ ବନ୍ଧନକୁ ଭାଙ୍ଗିବା ପଣରେ
ସତ୍ୟ ଆଲୋକିତ ହେବ ସହଜେ |

ଜୀବନର ଏଇ ମିଛରେ ମିଛ ଦୋଛକିରେ
ଅଭିନୟ କେବେ କରିବା ନାହିଁ
ଗୋଟିଏ ମିଛକୁ ଢାଙ୍କିବାକୁ ଯାଇ
ସହସ୍ର ସତକୁ ବାନ୍ଧିବା ନାହିଁ |

ଶବଦର ଜାଲ ଜଟିଳ କୁଟିଳ
ବୁଣାଥିଲେ ସିନା ମିଥ୍ୟାର ପାଇଁ
ମିଥ୍ୟା ଲୁଚିବାର କପଡ଼ାର ଭିତରୁ
ଧରା ପଡ଼ିଯାଏ ସତ୍ୟ କୁ ନେଇ |

ଛଳନା କପଟ ଭଦ୍ର ମୁଖାଧାରୀ
ଚାଟୁକାର ଛନ୍ତି ପରଦା ପଛେ
ସର୍ବ ଦ୍ରଷ୍ଟା ଶ୍ରୋତା ଅଭିଜ୍ଞ ଗ୍ରହୀତା
ଅଭିନୟେ ବ୍ୟସ୍ତ ବାହାନା ବାଜେ |

ଦୁର୍ବଳ ଖିଅଟେ ଛିଡି ଯାଇପାରେ
କିମ୍ବା କେବେ ଯୋଡି ହୋଇ ତ ପାରେ
ପସନ୍ଦର ଯୋଗ୍ୟ କରିବାକୁ ହେଲେ
ତେଜିବାକୁ ହେବ ମିଥ୍ୟା ଅଚିରେ |

ସଚ୍ଚୋଟ ପଣିଆ ଓଜନ ଗମ୍ଭୀର
କରି ଦେଇପାରେ ମୁକ୍ତ ବିଧାନ
ଛଳନାର ପେଡି ତ୍ୟାଗୀଲେ ଜୀବନୁ
ଆଦରିଲେ ଶ୍ରଦ୍ଧା ପ୍ରେମ ଓ ସ୍ନେହ |

ସତ୍ୟପଥ ଯାତ୍ରୀ ଅଶେଷ କଷଣେ
ଶିକାର ହୁଅନ୍ତି ବିଚ ବଜାରେ
କଳାକୋଟ ପିନ୍ଧି କଳା ଚଷମାରେ
ସତ ହୁଏ ମିଥ୍ୟା ପ୍ରଣାମ ଦ୍ୱାରେ |

ଯୁଗ ଯୁଗ ପାଇଁ ପରିବର୍ତ୍ତନର
ପରିପୂର୍ଣ୍ଣ ଆଶା ଭରସା ନାହିଁ
ହିଂସା ପ୍ରଣୋଦିତ ତରବାରୀ ଯେବେ
ରଖିବେ ହସ୍ତରେ ଧନୀ ବୋଲାଇ |

Leave a Reply

Your email address will not be published. Required fields are marked *