ଜୀବନ
ଜୀବନ
(ପ୍ରକୃତି ବନ୍ଧୁ ହରିହର ସାହୁ, ଢେଙ୍କାନାଳ)
ଜୀବନ ହେଉଛି ପ୍ରତ୍ୟେକ ପ୍ରାଣୀ ର ବଞ୍ଚିବା ର ଏକ ରାହା
ଯିଏ ବଞ୍ଚିଅଛି ପୃଥିବୀ ପୃଷ୍ଠରେ ଭଗବାନ୍ ତାଙ୍କୁ ସାହା
ବଞ୍ଚିବା ର ଏକ ରାହା।।
ବାୟୁ, ଜଳ, ସୂର୍ଯ୍ୟ କିରଣ ସଙ୍ଗକୁ ମାଟି ଏକ ଅଟେ ସାହା
ଫସଲ ଫଳିଲେ ପୃଥିବୀର ପୃଷ୍ଠେ ଖାଦ୍ୟ ଯୋଗାଇବ ତାହା
ମାଟି ଏକ ଅଟେ ସାହା।।
ଆଧୁନିକ ଜନ ଅନାଉଅଛି ଯେ ଛତର ଖାଇବା ପାଇଁ
ମାଟି କୁ ସେ ଜନ ଆଦର ନକରେ ବି, ପି, ଏଲ୍ କାର୍ଡ ନେଇ
ଛତର ଖାଇବା ପାଇଁ।।
ଧନ ଥିଲା ଲୋକ ଧାନକୁ ବିକଇ ଏକ ତ୍ରିଶ ଶହ ଲୋଭେ
ମାଗଣା ଚାଉଳ ଘରକୁ ନିଅଇ
ଏହା ତା ଜୀବନ ଭାଗ୍ୟେ
ଏକ ତ୍ରିଶ ଶହ ଲୋଭେ।।
ସୁଭଦ୍ରା ପଇସା ପାଇଣ ମାଆ ଯେ
ସ୍ବାମୀ କୁ ଦିଏ ବଢାଇ
କାଳିଆ ବଳିଆ ପଇସା ପାଇଣ ପେଟ ତାର ନପୁରଇ
ସ୍ବାମୀ କୁ ଦିଏ ବଢାଇ।
ପେନସନ ନାହିଁ ଚାକିରୀଆ ଙ୍କ ର
ସୁଭଦ୍ରା କାଳିଆ ମନା
ଧାନ ବିକ୍ରୀ କରି ମଣ୍ଡି ରେ କୃଷକ
ମାଗଣା ଚାଉଳ ଦାନା
ସୁଭଦ୍ରା କାଳିଆ ମନା।।
ଜୀବନ ନାଟକ ଚାଲିଛି ରେ ଭାଇ
ମାଗଣା ଭୋଜନ ପାଇଁ
ମାଗଣା ପାଇଲେ ସର୍ବସ୍ବ ଖାଅଇ
ପଛକୁ ଯମା ନ ଚାହିଁ
ମାଗଣା ଭୋଜନ ପାଇଁ।।
(ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା
