ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଚାରିଆଡ଼େ ବର୍ଷା ପାଣି ଲହଡ଼ା ମାରୁଥିବା ଦେଖିବାକୁ ମିଳିଛି । ନାଉଗାଁ ବାଲିଭଉଁରି ମୁଖ୍ୟ ରାସ୍ତାରେ ପାଣି ଚାଲିବାରୁ ଗାଡ଼ି ମଟର ଯିବାଆସିବା ବାଧାପ୍ରାପ୍ତ ହୋଇଛି । ବିଲ ବାଡ଼ି ଗଡ଼ିଆ ପୋଖରି ପୁରୀ ଉଠିବା ସହ ଅନେକ ଗାଁ ଦାଣ୍ଡ ରେ ପାଣି ଚାଲିଛି। ବଛାଲୋ ଅଲଣା ମୁଖ୍ୟ ରାସ୍ତାରେ ବିରାଟ ଘାଇ ସୃଷ୍ଟି ହୋଇଥିବାବେଳେ ଘୋଡାଶ ସ୍କୁଲ କଣଟୁନିଆ ସ୍କୁଲ , ଓ ବ୍ଲକ୍ର ବିଭିନ୍ ସ୍କୁଲ ରେ ପାଣି ପଶିଛି । ଶିଖର ପଞ୍ଚାୟତର ମୋଟ ୨୧ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଖଇରା ଆଦିବାସୀ ପଡା ରେ ଅନେକ୍ ଲୋକଙ୍କ ଚାଳ ଘର କାନ୍ଥ ଭାଙ୍ଗି ଯାଇଚି । ଗୋରୁ ଗାଈ ଦୁଇଦିନ ଧରି ଉପବାସରେ ଥିବାବେଳେ ପ୍ରଶାସନ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି । ବ୍ଳକ କିମ୍ବା ତହସିଲ୍ ପ୍ରଶାସନ ପଓକ୍ଷରୁ କେହି ବି ପାଣି ବୁଡି ଅଞ୍ଚଳ ତଦାରଖ କରିବା ପାଇଁ ଯାଇ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଲୋକମାନଙ୍କ ଏଭଳି ଅସୁବିଧା ସମୟରେ କେହି ପ୍ରସାଶନିକ ଅଧିକାରୀ ଲୋକଙ୍କ ଦୁଖଃ ବୁଝି ନଥିବା ବେଳେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ସେମାନଙ୍କ ରୋଷେଇ ବାସ ବନ୍ଦ ହୋଇ ଯାଇଚି । ଗୃହପାଳିତ ପଶୁ ବଳଦ ଗାଈ ଛେଳି ମେଣ୍ଢାମାନେ ଖାଇବାକୁ ନପାଇ ଉପବାସରେ ଥିବା ଜଣାପଡ଼ିଛି । ତୁରନ୍ତ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
