ହାଜିପୁର ଅନୁସୂଚିତଜାତି ସାହିରେ ଆଲୋକ ବ୍ୟବସ୍ଥା

ବିରିଡି, ୨୧-୩ ବିରିଡି ବ୍ଲକ ହାଜିପୁର ପଞ୍ଚାୟତ ଅନୁସୂଚିତ ଜାତିବର୍ଗର ଜନସାଧାରଣ ଙ୍କ ପାଇଁ ସମାଜସେବୀ ତଥା ବିଜେପି ଯୁବ ନେତା ମାନସମଲ୍ଲିକ ଷ୍ଟ୍ରିଟ ଲାଇଟ ଲଗାଇ ସାହିକୁ ଆଲୋକୀତ ବ୍ୟବସ୍ଥା କରିଛନ୍ତି l ଶ୍ରୀମଲ୍ଲିକ ପୂର୍ବରୁ ଉକ୍ତ ସାହି ବାସିନ୍ଦାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଆଜିପୂରଣ କରିଥିଲେ । ଏହା ଫଳରେ ସାହିର ଲୋକମାନେ ରାତି ସମୟରେ ଯାତାୟାତରେ ସୁବିଧା ପାଇବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷାର ଭାବନା ମଧ୍ୟ ବଢ଼ିଛି।ତେବେ ମାନସ ମଲ୍ଲିକ ଅନୁସୂଚିତ ଜାତିର ଲୋକମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ଆଗକୁ ବଢ଼ିପାରିବେ ଏବଂ ନିଜ ଅଧିକାର ଓ ମତାମତ ସ୍ପଷ୍ଟଭାବେ ରଖିପାରିବେ ସେଥିପାଇଁ ମଧ୍ୟ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ବାମଦେବ ମଲ୍ଲିକ, ରାଜ କିଶୋର ଭୋଇ, ଅନୁପମ ମଲ୍ଲିକ, ବବନ ମହାନ୍ତି, ସନ୍ଦୀପ କୁମାର ଭୋଇ, ଆଦର୍ଶ ଭୋଇ, ରାକେଶ ଭୋଇ, ସ୍ୱାଧୀନ ଭୋଇ, ମନୋଜ ଭୋଇ, ପବିତ୍ର ଭୋଇ ମଧ୍ୟ ଉପସ୍ଥିତ ଥିଲେ।ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ହେବା ପରେ ସାହିର ସ୍ଥାନୀୟ ଲୋକମାନେ ବହୁତ ଖୁସି ବ୍ୟକ୍ତ କରିଥିବା ସହ ମାନସ ମଲ୍ଲିକଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *