ବିଦ୍ୟୁତ ବିଭାଗ ପକ୍ଷରୁ ଲାଇନ୍ସ ମ୍ୟାନ ଦିବସ ପାଳିତ
ଯାଜପୁର ରୋଡ଼ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଲାଇନ୍ସ ମ୍ୟାନ ଦିବସ ପାଳିତ ହେଇଯାଇଛି l ଯାଜପୁର ରୋଡ଼ ଧବଳଗିରି ବିଦ୍ୟୁତ ବିଭାଗର ଏସଇ(SE) ଅନନ୍ତ ନାରାୟଣ ବିଶୋଇଙ୍କ ନେତୃତ୍ୱରେ ଆୟୋଜିତ ଲାଇନ୍ସ ମ୍ୟାନ ଦିବସରେ ବିଦ୍ୟୁତ ବିଭାଗର ସିଇଓ ଦ୍ବିଜାଦାସ ବାସକ୍ ଅତିଥିଭାବେ ଯୋଗଦେଇ ଲାଇନ୍ସ ମ୍ୟାନ ମାନଙ୍କ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିବିଦ୍ୟୁତ ବିଭାଗ ପକ୍ଷରୁ ଲାଇନ୍ସ ମ୍ୟାନ ଦିବସ ପାଳିତ*ଭାବେ ଜିଏମ ରାଜୀବ କୁମାର ନାୟକ ଓ ସୁରକ୍ଷା ବିଭାଗର ମୁଖ୍ୟ ଦୀପକ କୁମାର ସାହୁ ଯୋଗଦେଇ ଦିନ ରାତି ଏକ କରି କିଭଳି ଲାଇନ୍ସ ମ୍ୟାନ ମାନେ କାର୍ଯ୍ୟ କରୁଛନ୍ତି ଆଲୋଚନା କରିଥିଲେ l ଏହି ଅବସରରେ ଲାଇନ୍ସ ମ୍ୟାନ ମାନେ ବିଭିନ୍ନ ଡ୍ରାମା ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଲାଇନ୍ସ ମ୍ୟାନ ଉପସ୍ଥିତ ରହି ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ
