ଏକାମ୍ର ସଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ୩ୟ ସନ୍ଧ୍ୟା
ଭୁବନେଶ୍ୱର,୨୮/୩() : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଶ୍ରୀଲିଙ୍ଗରାଜ ମହୋତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଗୁରୁ ଗଜେନ୍ଦ୍ର ପଣ୍ଡା ଓ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅନୁଗୁଳ ସ୍ବପ୍ନାରାନି ସିହ୍ନାଙ୍କ ଦଳ ଦ୍ବାରା ଡାନ୍ସ ଡ୍ରାମା ନୃତ୍ୟ ପରିବେଷଣା କରାଯାଇଥିଲା। ପରେ ଗୁରୁ ନିରଞ୍ଜନ ରାଉତଙ୍କ ନିର୍ଦ୍ଧେଶନାରେ ଓଡ଼ିଶୀ ନୃତ୍ୟ, ସାକ୍ଷିଗୋପାଳ ସତ୍ୟବାଦୀ ମହାବିଦ୍ୟାଳୟର ଛାତ୍ରୀଙ୍କ ଦ୍ବାରା ଡ୍ୟାନ୍ସ ଡ୍ରାମା, କନ୍ଧମାଳର ଢ଼େମଶା ନୃତ୍ୟ ପରିବେଷଣ କରାଯାଇଥିଲା। ପରେ କୋଳକତା ଗ୍ଲେବାଲ ଡ୍ରାନ୍ସ ଏକାଡ଼େମୀ ପକ୍ଷରୁ କ୍ରୀଏଟିଭ୍ ପରିବେଷଣ କରିଥିବା ଶେଷରେ କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ ପରିଷଦ ପକ୍ଷରୁ କୋଳକତାରୁ ଆସିଥିବା କଳାକାରଙ୍କ ଦ୍ବାରା ଭାରତନାଟ୍ୟମ୍ ନାଚ ଚିତାକର୍ଷକ ହୋଇଥିଲା । ପ୍ରକାଶନୀର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନରେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରଦୀପ୍ତ ପାଣିଗ୍ରାହୀ ଉଦଘାଟନ କରିଥିଲେ।

ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ, ବିଶ୍ଵବାନୀର ସମ୍ପାଦକ ଅର୍ଜୁନ ଚରଣ ମୁଦୁଲି, ସମ୍ମାନିତ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ସୁଜାତା ମିଶ୍ର, ଯୋଗ କଳାକାରଙ୍କୁ ସମ୍ମାନିତ କରିଥିଲେ। ଶିବାନନ୍ଦ ରାୟ ଧନ୍ୟବାଦ ଦେଇଥବା ବେଳେ ଏଥିରେ କୋଷାଧକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, ମୁଖପାତ୍ର ଡ଼ ଲିଙ୍ଗରାଜ ସାହୁ ସୁରେନ୍ଦ୍ର ଦାସ, ନାରାୟଣ ମହାପାତ୍ର, କୃଷ୍ଣ ଚନ୍ଦ୍ର ବଟୁ, ବାବନ ଚନ୍ଦ୍ର ପଢିହାରୀ, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ସରୋଜ ମିଶ୍ର , ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ରଶ୍ମୀ ମହାପାତ୍ରଧନ୍ୟବାଦ ପ୍ରଧାନ କରିଥିଲେ।
