ଲିଙ୍ଗରାଜ ମହୋତ୍ସବ ଚତୃର୍ଥ ସନ୍ଧ୍ୟା
ଲିଙ୍ଗରାଜ ମହୋତ୍ସବ ଚତୃର୍ଥ ସନ୍ଧ୍ୟା, ନୃତ୍ୟରେ ବିମୋହିତକଲେ କଳାକାରପୁରୁଣା ଭୁବନେଶ୍ଵର,୮/୪ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ନୃତ୍ୟରେ ବିମୋହିତ କରିଥିଲେ ବିଭିନ୍ନ କଳାକାରମାନେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟକୁ ଦେଖି ଦର୍ଶକ ବିମୁଗ୍ଧ ହୋଇଥିଲେ। ପ୍ରଥମେ ଗୁରୁ ପ୍ରତିଭା ପଣ୍ଡାଙ୍କ ଦଳ ଦ୍ବାରା ଓଡ଼ିଶୀ ନୃତ୍ୟରେ ପରିବେଷଣ କରିଥିଲେ। ପରେ ଇଷ୍ଟନ୍ଜୋନ୍ କଲଚରାଲ ସେଣ୍ଟର ପକ୍ଷରୁ ବିହାରର ସାକର କଳା କ୍ରିତି ପକ୍ଷରୁ ଲୋକ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ରିତେଶ ବାବୁ ଓ ଦଳ ଦ୍ୱାରା ଭିଳାଇ ଡ୍ରାମା ଓ ନୃତ୍ୟ ପରିବେଶତ ହୋଇଥିଲା। ମଣିପୁର ନୃତ୍ୟ ପରିବେଷଣ କରିଥିଲେ ଶାନ୍ତି ନିକେତନ କଳାକାରମାନେ। ଶୁଭଶ୍ରୀ କଳା ନିକେତନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କଟକ ନୃତ୍ୟମ ଅନୁଷ୍ଠାନ ପକ୍ଷରୁ କ୍ରିଏଟିଭ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୁଗ୍ଧ କରିଥିଲା। କାର୍ଯ୍ୟକ୍ରମକୁ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଅତିଥି ଭାବେ ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ସମାଜର ଭୁବନେଶ୍ୱର ମୁଖ୍ୟ ଗୋପୀନାଥ ବାରିକ, ହସ୍ୟଅଭିନେତା ହରିହର ମିହାପାତ୍ର, ପିପିଏଲ କର୍ପୋରେଟ ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର, ରଶ୍ମି ମହାପାତ୍ର, ଦୁର୍ଗା ସାମନ୍ତରାୟ, ବିରଞ୍ଚି ନାରାୟଣ ମହାପାତ୍ର, ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦେଶନାରେ ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଅନୁଷ୍ଠାନର କୋଷାଧକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ବନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ସୁଧୀର ରଞ୍ଜନ ଜେନା, ପ୍ରମୋଦ ଦାସ, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଦେବାଶିଷ ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ କଳାକାରଙ୍କୁ ସମ୍ବର୍ଦ୍ଧନା କରିଥିଲେ।
