ରାଜଧାନୀରେ ସାହିତ୍ୟ ହାଟ

ଶୀର୍ଷକ _ରାଜଧାନୀରେ ସାହିତ୍ୟ ହାଟ


ରୀତାରାଣୀ ଦାଶ
ବାଲେଶ୍ୱର

ସାହିତ୍ୟର ହାଟ ରାଜଧାନୀରେ
ଉଛୁଳି ପଡୁଛି କବିତା ସ୍ଵରେ
ସୃଜନର ସ୍ଥାନ ସ୍ବପ୍ନ ପୂରଣର
ବିକଶିତ ହୁଏ କବି କଳାରେ |
କାହିଁ କେତେ ଦୂରୁ ଧାଇଁ ଆସିଥାନ୍ତି
ସାହିତ୍ୟ ମାଧୁର୍ଯ୍ୟ ଚାଖିବା ପାଇଁ
ସାହିତ୍ୟ ପ୍ରେମୀଙ୍କ ସମାଗମ ଦେଖି
ପ୍ରକୃତି ହସୁଛି ବିଭୋର ହୋଇ |
ପ୍ରତି ବରଷରେ ହୁଏ ଆୟୋଜନ
ପ୍ରଦର୍ଶିତ ଆମ ସାହିତ୍ୟ ପ୍ରଭା
ପ୍ରୋତ୍ସାହିତ ହ୍ଵନ୍ତି ସୁପ୍ତ ପ୍ରତିଭା ଯେ
ମାନ୍ୟତା ପ୍ରାପ୍ତିରେ ମୁକ୍ତ ପ୍ରତିଭା |
ବିଭିନ୍ନ ରସରେ କବିତା ଆବୃତ୍ତି
ଦେଶାତ୍ମବୋଧକ ଓ ରସାତ୍ମକ
କବି କାବ୍ୟ ଗାଥା ଭାବ ଧାରାରେ
କୁହୁକ ପେଡିରୁ ସ୍ୱତଃ ଉନ୍ମୋଚନ
ହୃଦୟେ ପ୍ରସାଦ ରୁଚି ରୂପରେ |
ଅପୂର୍ବ କଳା ଓ ସଂସ୍କୃତି ସମ୍ଭାର
ସାଜସଜ୍ଜା ଶୋଭା ସଭାମଞ୍ଚର
ପରିବେଶ ହୁଏ ଅତି ମନଲୋଭା
କବି କୁଳଗଣ ମୁଗ୍ଧ ବିଭୋର |
ସୁପ୍ତ ପ୍ରତିଭାର ମୁକ୍ତ ପ୍ରାଙ୍ଗଣରେ
ସମଗ୍ର ଓଡିଶା ଅଳି କନ୍ଦିରୁ
ଏକଜୁଟ ହୋଇ କବି କବୟିତ୍ରୀ
ନିଆରା ଉତ୍ସାହେ ରାଜଧାନୀରୁ |
କେତେ ବିଜ୍ଞ କେତେ ଗୁଣୀ ଜ୍ଞାନୀ ଜନ
ମାନ୍ୟତା ପ୍ରାପତ ସଭା ମଞ୍ଚରେ
ସୁସ୍ଥ ପରିବେଶ ଅତ୍ମୀୟତା ଭାବ
ସମ୍ପର୍କର ଡୋର ଭାଇ ଚାରାରେ |
ଅତି ଭାବାବେଗ ଅତି ଉଲ୍ଲାସରେ
ସଭିଏଁ କାଟନ୍ତି ସାହିତ୍ୟ ହାଟ
ଭାତୃତ୍ୱ ବନ୍ଧନେ ବାନ୍ଧି ହୋଇ ସର୍ବେ
ଫେରନ୍ତି ତୃପ୍ତିରେ ହୋଇ ଉଚ୍ଚାଟ |

Leave a Reply

Your email address will not be published. Required fields are marked *