ଆଣ୍ଟିବାୟୋଟିକ୍ ଇଞ୍ଜେକସନ୍ ନେଲା ଆଦିବାସୀ ମହିଳା ଙ୍କ ଜୀବନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ ଖଳିଆକାନୀ ଗ୍ରାମର ପାତ୍ର ମେଡିକାଲ ଷ୍ଟୋର ରେ ଘଟିଛି ଏକ ଅଭାବନୀୟ ଘଟଣା | ସୂଚନା ଥାଉ କି ଯେ,ଗତ ତା:୩୦/୦୩/୨୦୨୪ରିଖ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧିନରେ ଥିବା ଧୁଙ୍ଗିଆମୁଣ୍ଡା ଗ୍ରାମର ବୁଡୁ ମାଝୀ ଙ୍କ ସ୍ତ୍ରୀ ବୀଣା ମାଝୀ (୪୦) | ସ୍ୱାମୀ ସ୍ତ୍ରୀ ଗୋଲାମୁଣ୍ଡା ଥାନା ନିକଟସ୍ଥ ଗୋଇନ୍ଦିମୁଣ୍ଡାର ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦାନ ଦେବା ପାଇଁ ଯାଉଥିଲେ | ବୀଣା ମାଝୀ ଙ୍କୁ ଆଗରୁ ମଳକଣ୍ଠ ରୋଗ ରହିଥିବା ବେଳେ ତାଙ୍କ ହାତ ଗୋଡ଼ ବ୍ୟଥା ହେଉଥିବାରୁ ଖଲିଆକାନୀ ଗ୍ରାମର ଶ୍ରୀକାନ୍ତ ପାତ୍ରଙ୍କ ମେଡିକାଲ ଷ୍ଟୋର ରେ ଚିକିତ୍ସା ହେବାପାଇଁ ଯାଇଥିଲେ | ଶ୍ରୀକାନ୍ତ ପାତ୍ର,ବୀଣା ମାଝୀ ଙ୍କୁ ଚିକିତ୍ସା କରି ପେନ କ୍ଲିନ(ଡାଇକୋଲୋଫେନ୍)ଇଞ୍ଜେକସନ ଏବଂ ଆଣ୍ଟିବାୟୋଟିକ(ଟ୍ରାକ୍ସଲ୍) ଇଞ୍ଜେକସନ ଦେଇଥିବା ପ୍ରକାଶ କରିଥିଲେ, କିଛି ସମୟ ପରେ ପ୍ରବଳ ବାନ୍ତି ହୋଇ ଅସୁସ୍ଥତା ଦେଖା ଦେଉଥିରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା | ସେହିଠାରେ ଡାକ୍ତର ବୀଣା ମାଝୀ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବୀଣା ମାଝୀ ଙ୍କ ସମ୍ପର୍କୀୟ ମାନେ ଶବକୁ ଗୋଲାମୁଣ୍ଡା ଥାନା ପରିସରରେ ରଖି ଏକ ଅଭିଯୋଗ ପାତ୍ର ଦାଖଲ କରିଥିଲେ | ଶବ ଟିକୁ ପାତ୍ର ମେଡିକାଲ ଷ୍ଟୋର ସମ୍ମୁଖରେ ରଖି ପ୍ରତିବାଦ କରିଥିଲ|,ପରେ ଗୋଲାମୁଣ୍ଡା ପୋଲିସ ଶ୍ରୀକାନ୍ତ ପାତ୍ର କୁ ଗିରଫ କରି ଥାନା ରେ ଅଟକ ରଖିଥିଲେ ଏବଂ ପୋଲିସ ୫୮/୨୪ ରେ ଏକ କେଶ୍ ରୁଜୁ କରି ଶବ ଟିକୁ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ମୃତ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା | ଏହି ବିଷୟକୁ କେନ୍ଦ୍ରକରି ଶ୍ରୀକାନ୍ତ ପାତ୍ରଙ୍କ ପ୍ରତିକ୍ରିୟା ଅନୁସାରେ, ପାତ୍ର ଜଣେ ଫାର୍ମାସିଟ୍ ତାଲିମ ପ୍ରାପ୍ତ କରିଛନ୍ତି | ବୀଣା ମଝୀ ଆଗରୁ ମଳକଣ୍ଠ ରୋଗରେ ଆକ୍ରାନ୍ତ ଥିବାରୁ ଡ଼ାଇକୋଲୋଫେନ୍ସ ଏବଂ ଆଣ୍ଟିବାୟୋଟିକ୍ ଇଞ୍ଜେକସନ୍ ଦେଇଥିଲି ବୋଲି ପରିପ୍ରକାଶ କରିଥିଲେ |ତା:୩୧/୦୩/୨୦୨୪ରିଖ ଦିନ ମୃତ ପରିବାର ଏବଂ ପାତ୍ର ଙ୍କ ପରିବାର ଉଭୟ ଦଳ ଆପସା ବୁଝାମଣା ହୋଇ ଥାନାରେ ଦେଇଥିବା ଅଭିଯୋଗ କୁ ପ୍ରତ୍ୟାହାର କରିବା ପାଇଁ ଥାନା ର ଦ୍ୱାରସ୍ତ ହୋଇଥିବା ବେଳେ , ଗୋଲାମୁଣ୍ଡା ଆଇ ଆଇ ସି କେଶ୍ ରେଜିଷ୍ଟ୍ରେସନ୍ ହୋଇସାରିଛି ବୋଲି କହିଥିଲେ ଏବଂ ୩୦୪ ଆ. ଇ. ପି ଏସ୍ ଅନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *