କାନ୍ଥରୁ ଲିଭିନି ବାହା ଚିତା, ଯୌତୁକ ଜୁଇରେ ନବବଧୂ
ନୂଆ କରି ବାହା ହୋଇଥିବା ଝିଅର ଶବକୁ ଦେଖି ଫାଟିଯାଉଛି ବାପାର ଛାତି। ଦୁଃଖ ଓ କୋହ ସମ୍ଭାଳି ନ ପାରି ନିସ୍ତେଜ ଅବସ୍ଥାରେ ଥାନା ଦୁଆରେ ଶୋଇଯାଇଛି ଅସହାୟ ବାପା। ଯୌତୁକ ପାଈଁ ଆମ ଝିଅକୁ ମାରି ଟାଙ୍ଗିଦେଲେ। ଚତୃବିଂଶ ଶତାଧିରେ ବି ଯୌତୁକ ଜୁଇରେ ଜଳୁଛି ନବବଧୂ। ନାଲି ଶାଢ଼ୀକୁ ମଥାରେ ସିନ୍ଦୁର। ଘର ପରିବାର ଛାଡି ନୂଆ ବାହା ହୋଇ ଆସିଥିଲେ ଦୀପଶିଖା। ଆଉ ଏକ ପରିବାରକୁ। ସ୍ୱାମୀ ଓ ଶାଶୁଘର ଲୋକଙ୍କୁ ନେଇ ନୂଆ ଜୀବନ ଆରମ୍ଭ କରୁଥିଲେ। ନୂଆ ସ୍ବପ୍ନକୁ ନେଇ ନୂଆ ସଂସାର ଆରମ୍ଭ କରୁଥିବା ବେଳେ ତାଙ୍କ ଜୀବନକୁ ଧସେଇ ପଶିଥିଲା ଯୌତୁକ ରୂପି ରାକ୍ଷାସ ଯିଏ କି ସବୁ ସାରିଦେଲା ଏହି ନବବିବାହିତା ବୋହୁର ସୁନେଲି ସ୍ବପ୍ନକୁ। ବାହାଘର କୁ ବର୍ଷେ ପୂରୀ ନାହିଁ। କାନ୍ଥରୁ ୨ଜଣଙ୍କ ନାଁ ମଧ୍ୟ ଲିଭି ନାହିଁ। କିନ୍ତୁ ଲିଭିଗଲା ଦୀପଶିଖା ଙ୍କ ଜୀବନ ଦୀପ। ଆମ ସମାଜର ଯୌତୁକ ଜୁଇରେ ଜଳିଗଲା ନବବଧୂ ଦୀପଶିଖା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଙ୍କୁଅ ଗ୍ରାମର ପ୍ରତାପ ମହାରଣା ଙ୍କ ଝିଅ କଣ୍ଟାପଡା ସ୍ଥିତ ନବଘନ ଓଝା ଙ୍କ ପୁଅ ରାଜେଶ ଙ୍କୁ ବିବାହ କରିଥିଲେ ଗତ ଫେବୃଆରୀ ମାସରେ।କିନ୍ତ ଗୁରୁବାର ଅପରାହ୍ନ ରେ ଝିଅ ଦୀପଶିଖାର ଶାଶୁଘରେ ମୃତ୍ୟୁ ପରେ ଥାନାରେ ହତ୍ୟା ଅଭିଯୋଗ ହୋଇଛି। ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ନବବଧୂ ଦୀପଶିଖାଙ୍କ ବାପା।ଅଭିଯୋଗ ଅନୁସାରେ ଗତ ଫେବୃଆରୀ ମାସରେ ଆଙ୍କୁଅ ଗ୍ରାମର ଦୀପଶିଖା କଣ୍ଟାପଡା ଗ୍ରାମର ରାଜେଶ ଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ। ଖୁସିରେ କିଛି ମାସ ବିତିବା ପରେ ଯୌତୁକ ପାଈଁ ପରିବାର ଅଶାନ୍ତି ଆରମ୍ଭ ହୋଇଥିଲା। ଗୁରୁବାର ଦିନ ଅପରାହ୍ନ ରେ ପରିବାର ଲୋକ ସଙ୍ଘବଧ ହୋଇ ହତ୍ୟା କରିଥିବା ଦୀପଶିଖା ଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।ତେବେ ଅସ୍ତରଙ୍ଗ ଥାନା ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ଏହି ଘଟଣାରେ ଦୀପଶିଖା ଙ୍କ ସ୍ୱାମୀ ରାଜେଶ କୁ ଅଟକ ରଖିଛି। କିନ୍ତୁ ଏହି ନୂଆ ବୋହୁଟିର ଲାଜ ମିଶା ହସ ସବୁଦିନ ପାଈଁ ଦୁନିଆରୁ ହଜିଯାଇଛି।
