କୋଡିଙ୍ଗା ମାଳି ଖନନ ବନ୍ଦ କରିବା ପାଇଁ ଅଞ୍ଚଳ ବାଶୀଙ୍କ ପ୍ରସ୍ତୁତି ବୈଠକ

କୋଡିଙ୍ଗା ମାଳି ଖନନ ବନ୍ଦ କରିବା ପାଇଁ ଅଞ୍ଚଳ ବାଶୀଙ୍କ ପ୍ରସ୍ତୁତି ବୈଠକ ରାୟଗଡା ଜିଲ୍ଲା କାଶୀପୁର ବ୍ଲକଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ର ସୀମାନ୍ତ ବର୍ତୀ ଅଞ୍ଚଳ କଂସାରିଗୁଡ଼ା ଠାରେ ନିର୍ମିତ ହେବାକୁ ଥିବା ଆଦିତ୍ୟ ଆଲୁମିନା ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳ ବାସି ଜମି ଭୂମି ବାଶ ହରାଇ ଦୀର୍ଘ ୧୮ ବର୍ଷ ର ସଂଘର୍ଷ ପରେ ଅଞ୍ଚଳ ରେ ପ୍ରକଳ୍ପ ପାଇଁ ଆଶା ବାନ୍ଧି ରହିଥିବା ବେଳେ ଓଡିଶା ଖଣି ନିଗମ ବେଦାନ୍ତ କମ୍ପାନୀ କୁ ହାତ ବାରିଶି କରି କଡିଙ୍ଗା ମାଳିରୁ ପ୍ରଥମେ ବାର୍ଷିକ ୩ ମଲିୟନ ଏବଂ ପରେ ବାର୍ଷିକ ୬ ମିଲିୟନ ବକ୍ସାଇଟ ନେବା ପାଇଁ ରାଜ୍ୟ ସରକାରଙ୍କ ଚୁକ୍ତିନାମା ହୋଇ ଥିବା ବିଶ୍ଵସ୍ତ ସୂତ୍ରରୁ ଅଞ୍ଚଳ ବାସି ଜାଣିବା ପରେ ଆଜି ଅର୍ଥାତ ମଙ୍ଗଳ ବାର ସିଙ୍ଗାରାମ ଷ୍ଟେସନ ଠାରେ ଦୁଇ ବ୍ଲକ ର ସୀମାନ୍ତ ବର୍ତୀ ଅଞ୍ଚଳ ବାସି ଏକତ୍ରିତ ହୋଇ ବେଦାନ୍ତ କମ୍ପାନୀ ର ଚକ୍ରାନ୍ତ କୁ ଘର ବିରୋଧ କରିବାକୁ ବୈଠକ ରେ ଆଲୋଚନା କରାଯାଇଛି l ବିଷୟ ଯଦି କୋଡ଼ିଙ୍ଗା ମାଳି ଠାରୁ ଅଧିକ ରୁ ଅଧିକ ଖଣି ଖନନ କରି ବକ୍ସାଇଟ ବେଦାନ୍ତ ନେଇ ଯାଏ ତାହେଲେ ଆଗାମୀ ଦିନରେ ହେବାକୁ ଥିବା ଆଦିତ୍ୟ ଆଲୁମିନା ରିଫାନେରୀ ପ୍ରକଳ୍ପ ର ଭବିଶ୍ଵତ୍ କଣ ହେବ ବୋଲି ଅଞ୍ଚଳ ବାସି ଓ ବୁଦ୍ଧିଜୀବୀ ଙ୍କ ମନରେ ଏକ ପ୍ରକାର ସନ୍ଦେହ ସୃଷ୍ଟି କରୁଛି ଏଣୁ ଅଞ୍ଚଳ ବାସି ଏହାର ପ୍ରୀତି ବାଦ ରେ ଆଗାମୀ ଦିନରେ ଲଷ୍ମୀପୁର ବ୍ଲକ ଏବଂ କାଶୀପୁର ବ୍ଲକ ର ଅଞ୍ଚଳ ବାସି ଜିରୋ ପିଂଟ ଏକ ତିର୍ତ୍ତୋ ହୋଇ ଘର ବିରଦ କରିବା ସୋଇତ ରାଜ ରାସ୍ତା ଅବରୋଧ କରିବାକୁ ନିଷ୍ପତି ନେଇ ଛନ୍ତି l ଆଜି ର ବୈଠକ ରେ ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ଡଉଲ ରତ୍ନ ଚୌଧରୀ ଓ ସାଥୀ ଅଞ୍ଚଳ ବାସି ମାନେ ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ଏହି ପ୍ରସ୍ତୁତି ବୈଠକ ରେ ଲଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉତା, ପୂର୍ବତନ ବିଧାୟକ କୈଳାଶ କୁଲେସିକା,କୋରାପୁଟ ପୂର୍ବ ତନ ସାଂସଦ ଝିନ ହିକକା କୋରାପୁଟ ପୂର୍ବ ତନ ବିଧାୟକ କୃଷ୍ଣ ସଗରିଆ, ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା ବିଦ୍ୟା ରତ୍ନ ଚୌଧୁରୀ ଅଗସ୍ତି ହଲବା ରାଜେନ୍ଦ୍ର ଦୁରୀଆ ନୀଳ କଣ୍ଠ ଝଡିଆ ଯାଦବ ରତ୍ନ ଚୌଧୁରୀ ବିପିନ ମାଣ୍ଡିଙ୍ଗା କଂସାରି ଜାନି ଏବଂ ଅଞ୍ଚଳ ବାସି ପ୍ରମୁଖ ଉପସ୍ଥିତ ରହି ଥିଲେଲଷ୍ମୀପୁର

Leave a Reply

Your email address will not be published. Required fields are marked *