ସ୍ଥାନୀୟ ଯୁବ ସଶକ୍ତିକରଣ
ସ୍ଥାନୀୟ ଯୁବ ସଶକ୍ତିକରଣ –ଆଦିତ୍ୟ ଅଲୁମିନା ରିଫାଇନରୀ, “କୌଶଳ” ପ୍ରକଳ୍ପ ଅଧୀନରେ ITI ଭର୍ତ୍ତି ସହାୟତା
୩/୮/୨୫(ତୀର୍ଥେକ୍ଷେତ୍ର)
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କଂସା ରିଗୁଡା ଆଦିତ୍ୟ ଆଲୁମିନା ରିଫାନେରୀ (ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ଗୋଟିଏ ୟୁନିଟ)“ପ୍ରୋଜେକ୍ଟ କୌଶଳ” ଅଧୀନରେ ସ୍ଥାନୀୟ ITI ଯୁବ ଅଭିଲାଷୀମାନଙ୍କୁ ସଫଳତାର ସହ ଭର୍ତ୍ତି ସହାୟତା କରିଛି ।
ଚୟନିତ ପ୍ରାର୍ଥୀମାନେ ଭୁବନେଶ୍ୱରର ପ୍ରସିଦ୍ଧ KIIT ରେ ଉଚ୍ଚମାନର ପ୍ରାକ୍ତିକ ଶିକ୍ଷା ସହିତ ନିବାସ ଓ ଖାଦ୍ୟ ସୁବିଧା ପାଇବେ ।
ଆଜି ଆୟୋଜିତ ଫ୍ଲାଗ୍-ଅଫ୍ ସମାରୋହରେ ଆଦିତ୍ୟ ଅଲୁମିନା ରିଫାଇନରୀର ୟୁନିଟ୍ ହେଡ୍ ଏବଂ ପ୍ରେସିଡେଣ୍ଟ୍ ଶ୍ରୀ ମଜହର ବେଇଗଙ୍କ ସମ୍ମାନିତ ଉପସ୍ଥିତି ଥିଲା । ମୋଟ ୪୮ ଜଣ ସ୍ଥାନୀୟ ଯୁବକ, ମୁଖ୍ୟତଃ ଆଦିବାସୀ ସମୁଦାୟରୁ, ଭୁବନେଶ୍ୱରରେ ଦୁଇ ବର୍ଷର ପୂର୍ଣ୍ଣକାଳୀନ ITI କୋର୍ସ ସହିତ ୧ ବର୍ଷର “ଅନ୍-ଦ-ଜବ୍” ଟ୍ରେନିଂ ପାଇଁ ଭର୍ତ୍ତି ହୋଇଛନ୍ତି ।
ଏହି ପ୍ରୟାସ ମାଧ୍ୟମରେ ଆଦିତ୍ୟ ଅଲୁମିନା ରିଫାଇନରୀ ସ୍ଥାନୀୟ ଯୁବମାନଙ୍କୁ ଦକ୍ଷତା ଓ ଶିଳ୍ପୀୟ ଅନୁଭବ ଦେଇ, ରୋଜଗାର ସୁଯୋଗ ବଢ଼ାଇବା ଏବଂ ସସ୍ଥାୟୀ ଜୀବିକାକୁ ପ୍ରୋତ୍ସାହନ ଦେବାରେ ନିଜ ପ୍ରତିଶ୍ରୁତିକୁ ପୁନର୍ବ୍ୟକ୍ତ କରିଛି
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା
ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
