ଲଜିଂ ସିଲ
ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପ୍ରଶାସନିକ SOP ଉଲଂଘନ ଅଭିଯୋଗରେ ପୁରୀର ପୁଣି ଏକ ଲଜକୁ ସିଲ କଲା ପ୍ରଶାସନ । ଆଜି ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି । ତେବେ ପୂର୍ବରୁ ସମାନ ଅଭିଯୋଗରେ ଗଙ୍ଗା ଲଜ, ଅକ୍ଷୟପାତ୍ର ଫାଉଣ୍ଡେସନ ଓ ସାଗରଇନ ଲଜ ସିଲ କରାଯାଇଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି । ଅନ୍ୟପକ୍ଷରେ କର୍ପୁ ନିୟମ ଉଲଘଂନ ଅଭିଯୋଗରେ ପୁରୀ ପୋଲିସ ପକ୍ଷରୁ ୧୪ ଜଣଙ୍କୁ ନୋଟିସ ଜାରି କରାଯାଇଛି ।ତେବେ ଆଗକୁ ନିୟମ ଭାଙ୍ଗିଥିବା ଅନ୍ୟାନ୍ୟ ଲଜ ଓ ହୋଟେଲ ସମେତ ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
