ତେଲେଙ୍ଗାନା ସ୍ଥିତ ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ

ବିଶ୍ୱବିଦ୍ୟାଳୟଗୁଡ଼ିକ ସାମାଜିକ ଆବଶ୍ୟକତା ପୂରଣ କରିବା ଆବଶ୍ୟକ – ଧର୍ମେନ୍ଦ୍ର ପ୍ରଧାନନୂଆଦିଲ୍ଲୀରୁ ଭିସି ଜରିଆରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ଉପସ୍ଥିତିରେ ଲୋଗୋ ଉନ୍ମୋଚନଆଦିବାସୀ ଏବଂ ସଂସ୍କୃତ ତତ୍ତ୍ୱଗୁଡ଼ିକୁ ନେଇ ଲୋଗୋଟି ଡିଜାଇନ ହେବା ପ୍ରଶଂସନୀୟପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱବିଦ୍ୟାଳୟ ବିକଶିତ ହେଉଅଛିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ସମାନତା, ଆଦିବାସୀ ସଶକ୍ତିକରଣର ଏହା ଜ୍ୱଳନ୍ତ ପ୍ରମାଣବିଶ୍ୱବିଦ୍ୟାଳୟ ବହୁଭାଷୀ ଶିକ୍ଷା ସମେତ ଭାରତୀୟ ସଭ୍ୟତା ଅଧ୍ୟୟନ ପାଇଁ ଏକ ନୂତନ ଦିଗ ଆଣିବନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୭ – ବିଶ୍ୱବିଦ୍ୟାଳୟଗୁଡ଼ିକ ସାମାଜିକ ଆବଶ୍ୟକତା ପୂରଣ କରିବା ପାଇଁ ନୂତନତାର କେନ୍ଦ୍ର ହେବା ଉଚିତ୍ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ତେଲେଙ୍ଗାନା ସ୍ଥିତ ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ(ଏସଏସସିଟିୟୁ)ର ଏକ ଲୋଗୋ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି । ବିଶ୍ୱବିଦ୍ୟାଳୟର ଲୋଗୋ ଉନ୍ମୋଚନ ପାଇଁ ଅଭିନନ୍ଦନ ଜଣାଯାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଆଦିବାସୀ ଏବଂ ସଂସ୍କୃତ ତତ୍ତ୍ୱଗୁଡ଼ିକୁ ନେଇ ଲୋଗୋଟି ଡିଜାଇନ ହୋଇଛି । ଏହି ଲୋଗୋ ଶିକ୍ଷାନୁଷ୍ଠାନର ଦୁଇଟି ମୁଖ୍ୟ ଭୂମିକାକୁ ଦର୍ଶାଉଛି । ଗୋଟିଏ ହେଉଛି ଆଦିବାସୀ ପରମ୍ପରା ଏବଂ ଜ୍ଞାନର ସୁରକ୍ଷାକାରୀ ଏବଂ ଅନ୍ୟଟି ହେଉଛି ଶିକ୍ଷାଗତ ଉତ୍କର୍ଷର ଏକ ଆଲୋକସ୍ତମ୍ଭ ଭାବରେ କାର୍ଯ୍ୟ କରିବା । ତେଲେଙ୍ଗାନାରେ ଏହି ଶିକ୍ଷାନୁଷ୍ଠାନର ସ୍ଥାପନା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ସମାନତା, ଆଦିବାସୀ ସଶକ୍ତିକରଣ ଏବଂ ତେଲେଙ୍ଗାନାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣର ଏକ ଜ୍ୱଳନ୍ତ ପ୍ରମାଣ । ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ଏହି ଶିକ୍ଷାନୁଷ୍ଠାନ ବିକଶିତ ହେଉଅଛି । ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଏକ ପ୍ରୟୋଗାତ୍ମକ ରୂପ । ଏହା ବିକଶିତ ଭାରତ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ବିଶ୍ୱ କଲ୍ୟାଣ ନିଶ୍ଚିତ କରିବା ପାଇଁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଜରୁରୀ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲାମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ବହୁଭାଷୀ ଶିକ୍ଷା ସମେତ ଭାରତୀୟ ସଭ୍ୟତା ଅଧ୍ୟୟନ ପାଇଁ ଏକ ନୂତନ ଦିଗ ଆଣିବ । “ଜ୍ଞାନଂ ପରମଂ ଧ୍ୟେୟମ୍” ମୋଟୋ ସହିତ ଏହା ଏକ ପ୍ରୟୋଗାତ୍ମକ, ଗବେଷଣା ଏବଂ ଉଦ୍ଭାବନ-ପ୍ରେରିତ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *