14ତମ ‘ ଲୋକ ପ୍ରତିଭା ଉତ୍ସବ ‘
: ନୟାଗଡ ବ୍ଲକ ଅନ୍ତର୍ଗତ ଗମ୍ଭାରୀଡିହି ଗ୍ରାମ ପଂଚାୟତ ଗମ୍ଭାରୀଡିହି ଗ୍ରାମସ୍ଥ ‘ ଅବି ‘ ସ୍ବେଛାସେବୀ ସଂସ୍ଥା ଅନୁକଲ୍ୟରେ 14ତମ ‘ ଲୋକ ପ୍ରତିଭା ଉତ୍ସବ ‘ ଉପଲକ୍ଷେ ସଂସ୍ଥାର ତ୍ରିଦେବ ଦାତବ୍ୟ ହୋମିଓପ୍ୟାଥିକ ଚିକିତ୍ସାଳୟ ଓ ଫିଜିଓଥେରାପି କେନ୍ଦ୍ରଠାରେ ଏକ ମେଗା ହୋମିଓପ୍ୟାଥିକ ଓ ଫିଜିଓଥେରାପି ସ୍ଵାତ୍ସ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି. ଉତ୍କମେଳାରେ ହାଇଟେକ ମେଡିକାଲ କଲେଜର ହୋମିଓପ୍ୟାଥିକ ବିଭାଗ, ହାଇଟେକ ଫିଜିଓଥେରାପି କଲେଜ ଓ ଓଡିଶା ହୋମିଓପ୍ୟାଥିକ ଡ୍ରଜିଷ୍ଟ ଆସୋସିଏସନ ଡାକ୍ତର ଓ ଅନ୍ୟାନ୍ୟ ସହଯୋଗୀ କର୍ମକର୍ତାଗଣ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ ଓ ବିଶେଷକରି ବାତ, ଆଣ୍ଠୁଗଣ୍ଠି ଦରଜ, ସିଆଟିକା, ମେରୁହାଡ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଇତ୍ୟାଦି ରୋଗୀଙ୍କୁ ଫିଜିଓଥେରାପି ସହ ଅନ୍ୟାନ୍ୟ ପ୍ରଶିକ୍ଷଣ ଯୋଗାଇ ଦେଇଥିଲେ. ମୋଟ 274 ଜଣା ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା.ଉକ୍ତ ମେଳାରେ ହାଇଟେକ କଲେଜ ତରଫରୁ କର୍ପୋରେଟ ବ୍ୟାପାର ଡାଇରେକଟର ଶ୍ରୀଯୁକ୍ତ ଆଶିଷ ମିଶ୍ର, ଫିଜିଓଥେରାପି କଲେଜ ଅଧ୍ୟକ୍ଷ ଡାକ୍ତର ଦୀପକ ସାମନ୍ତରାୟ ସହ ମେଡିକାଲ ଟିମ,ହୋମିଓପ୍ୟାଥିକ ବିଭାଗରୁ ଡାକ୍ତର ସଞ୍ଜୟ କୁମାର ପାତ୍ର ଓ ଟିମ , ଓ. ଏଚ. ଡି.. ଏ. ରୁ ଡାକ୍ତର ମନୋରଞ୍ଜନ ରାଉତ, ଡାକ୍ତର ପତିଙ୍କ ସହ ଭାରତ ସରକାରଙ୍କ ହୋମିଓ ରିସର୍ଚ୍ଚ କାଉନସିଲ ଅଧ୍ୟକ୍ଷ ତଥା ଓଡ଼ିଶାର ସୁପ୍ରସିଦ୍ଧ ହୋମିଓପ୍ୟାଥିକ ଡାକ୍ତର ଓ ଅଭିନ୍ନ ଚନ୍ଦ୍ର ସରକାରୀ ହୋମିଓପ୍ୟାଥିକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଲଷ୍ମୀକାନ୍ତ ନନ୍ଦ ଓ ‘ ଅବି ‘ ହୋମିଓ ଚିକତ୍ସାଳୟର ଡାକ୍ତର ବାଳକୃଷ ନନ୍ଦ ଓ ହିମାଂଶୁ ସାମନ୍ତରାୟ ଯୋଗଦେଇ ଚିକିତ୍ସା ସହଯୋଗ ଯୋଗାଇ ଦେଇଥିଲେ. କାର୍ଯ୍ୟକ୍ରମକୁ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ଦାଶ ଓ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ଦାଶ ପରିଚାଳନା କରିଥିଲେ. ଏଥିପାଇଁ ସଂସ୍ଥାର ସ୍ବେଚ୍ଛାସେବୀ ଅରବିନ୍ଦ ବସନ୍ତିଆ, ଶରତ ସାଥୁଆ, ଶରତ ପ୍ରଧାନ, ରାକେଶ ନାୟକ, ଶୈଳବାଳା ସାମଲ , ସରୋଜିନୀ ସାହୁ, ଉତ୍ତମ ବସନ୍ତିଆ, ମାୟା ପ୍ରଧାନ ଓ ତୁଳସୀ ବସନ୍ତିଆ ପୂର୍ଣ୍ଣ ସହଯୋଗ କରିଥିଲେ. ସମସ୍ତଙ୍କର ପୂର୍ଣ୍ଣ ସହଯୋଗରେ ସ୍ଵତ୍ସ୍ୟାମେଳା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବାରୁ ସମ୍ପକ ଶ୍ରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି.
