ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ପୁରୀ ସମେତ ନିମାପଡ଼ା, କୋଣାର୍କ, ପିପିଲି, ବ୍ରହ୍ମଗିରି, କଣାସ ଅଦାଲତରେ ଆଜି ଚତୁର୍ଥ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଶିତିକଣ୍ଠ ସାମଲଙ୍କ ତତ୍ତ୍ୱାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଅମିତ୍ କୁମାର ବାରିକଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ସେଥିରେ ୬୯୪ ଗୋଟି ମୋକଦ୍ଦମା ଫଏସଲା କରାଯିବା ସହ ଜୋରିମାନା ଏବଂ କ୍ଷତିପୂରଣ ବାବଦରେ ୫,୪୭,୬୪,୭୧୨ଟଙ୍କା ଆଦାୟ କରାଯାଇଛି ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ଦୌରାଜଜ୍ ଶ୍ରୀ ଶିତିକଣ୍ଠ ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ । ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା, ପରିବାର ଅଦାଲତ ବିଚାରପତି ଶ୍ରୀ ଅରୁଣ କୁମାର ମଲ୍ଲିକ, ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅମୀୟ ରଂଜନ ଜେନା, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ମିଶ୍ର, ବରିଷ୍ଠ
ଦେୱାନୀ ଅଦାଲତ ବିଚାରପତି ରାଣା ଘୋଷ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଦେବାଶିଷ ବିଶୋଇ, ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଦିଗବିଜୟ ଦାସ, ଦେୱାନୀ ବିଚାରପତି ମନିନ୍ଦ୍ର ଭୂଷଣ ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପତିତପାବନ ପଣ୍ଡା, ଗ୍ରାମ ନ୍ୟାୟାଧିକାରୀ ନର୍ମଦା କର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତନ୍ମୟ ରଂଜନ ଦାସ ଓ ଶୃତକୀର୍ତ୍ତି ଆଚାର୍ଯ୍ୟ ମାମଲା ଗୁଡ଼ିକର ଫଏସଲା କରିଥିଲେ । ପ୍ରାଧିକରଣର ସଚିବ ଅମିତ୍ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଲୋକ ଅଦାଲତରେ ୧୧୨ଟି ମୋଟର ଦୁର୍ଘଟଣା ମାମଲାର ବିଚାର କରାଯାଇ ୫,୨୬,୫୨,୦୦୦/- ଟଙ୍କା ଆଦାୟ କରାଯାଇଛି । ଏହାଛଡ଼ା ୩୮୫ ଗୋଟି ବ୍ୟାଙ୍କ ଋଣ ମାମଲାର ବିଚାର କରାଯାଇ ୧,୩୩,୧୬,୭୧୫ଟଙ୍କା ଆଦାୟ କରାଯାଇଅଛି ।

Leave a Reply

Your email address will not be published. Required fields are marked *