କପିଳ ଭଗବାନ
ଶୀର୍ଷକ _କପିଳ ଭଗବାନ
ରୀତାରାଣୀ ଦାଶ
ବାଲେଶ୍ୱର
ଜ୍ଞାନର ସାଗର ମୁକ୍ତି ପଥ ଦ୍ୱାର
କପିଳ ଯେ ଭଗବାନ
ସାଂଖ୍ୟ ଦର୍ଶନରେ ଅମୃତର ବାଣୀ
ପ୍ରକାଶିଲେ ମୁକ୍ତି, ଜ୍ଞାନ |
ତାଙ୍କ ପୂଣ୍ୟ ପାଦେ ସମର୍ପିଲେ ଭକ୍ତ
ହୃଦୟ ଗଭୀର ଭକ୍ତି
ପ୍ରାପ୍ତିପୂର୍ଣ୍ଣ ଶାନ୍ତି ଜ୍ଞାନର ଆଲୋକ
କୃପାରେ ସିଦ୍ଧି ଓ ମୁକ୍ତି |
ଆହେ ଭଗବାନ ତୁମ ଜ୍ଞାନ ବଳେ
ନିତି ସତ୍ୟ ଫଳ ମିଳେ
ପ୍ରାର୍ଥନା ମୋହର ପାଦ କମଳରେ
ଭକତିରେ ଦୀପ ଜାଳେ |
ଜ୍ଞାନ ବିଶାରଦ ଋଷି ପୁତ୍ର ଶ୍ରେଷ୍ଠ
ବେଦାନ୍ତ ସତ୍ୟ ସହିତ
ପଥ ପ୍ରଦର୍ଶକ ଆତ୍ମାର ରକ୍ଷକ
ଶୁଦ୍ଧ ଗଭୀର ଯେ ଶବ୍ଦ |
ଅଜ୍ଞାନତା ରୂପୀ ଅଜ୍ଞାନ ଅନ୍ଧାର
ଅହଂକାର ଶକ୍ତି ଦୂର
ଭକତି ମାର୍ଗରେ ଅନୁସନ୍ଧାନୀଙ୍କୁ
ଦାନ ଅନନ୍ତ ଜ୍ୟୋତିର |
ଉଜ୍ଜ୍ୱଳ ଆଲୋକ ବର୍ତ୍ତିକାର ସମ
କପିଳଙ୍କ ଜ୍ଞାନ ପ୍ରଭା
ଶାନ୍ତି ଦୂତରୂପେ ଶୁଦ୍ଧ ହୃଦୟରେ
ବାଣ୍ଟିଲେ ପ୍ରେମର ଆଭା |
ସଂସ୍କାର ସଂସ୍କୃତି ଐତିହ ବଞ୍ଚାଇ
ସାଧୁ ମାନଙ୍କ ହୃଦୟେ
ବିରଳ ସେ ରତ୍ନ କପିଳଙ୍କ ଦାନ
ତୁଳନାତୀତ ପରାୟେ |
ହୃଦୟ ରୂପକ ଗୁମ୍ଫାର ମଧ୍ୟରେ
ସର୍ବୋଚ୍ଚ ଶିଖରେ ସ୍ଥାନ
ଏକ ଦିବ୍ୟ ନାମ ଜ୍ଞାନ ପ୍ରତିଧ୍ୱନି
କପିଳ ଯେ ଭଗବାନ |
