ଜନ୍ମଦିନ କେକରେ ପ୍ରଭୁ ଶ୍ରୀକୃଷ୍ଣ

କେକ୍ ରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ଫଟୋ । ଏଭଳି ଏକ ତିଆରି କେକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଜଣେ ମହିଳା ଏହି କେକ୍ ତିଆରି କରି ସେଥିରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଉଛନ୍ତି। ଜଣେ ଗ୍ରାହକଙ୍କୁ 4 କେଜିର କ୍ରୀଷ୍ନା ଥିମ୍ ର କେକ୍ ଆବଶ୍ୟକ ଥିବାରୁ ମହିଳାଙ୍କୁ ଅର୍ଡର ଦିଆଯାଇଥିବା କଥା ଏହି ଭିଡିଓରେ ଶୁଣିବାକୁ ମିଳୁଛି। ଏହି କେକ୍ କୁ ମହିଳା ଜଣକ ପ୍ରସ୍ତୁତ କରି ନଖରା ଭିତରକୁ ଥିବା ରାଧାକୃଷ୍ଣ ମନ୍ଦିରକୁ ନେବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତେଵେ ଜଣକ ଜନ୍ମଦିନରେ ମହିଳା ଜଣକ କେକ୍ ରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ଫଟୋ ସହ ମୟୁରଚୂଳ ଲଗାଇ ଡେଲିଭର୍ ଦେଉଛନ୍ତି। ଖାଦ୍ୟପଦାର୍ଥରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଇବା କେତେଦୂର ଯଥାର୍ଥ ??? ଯେଉଁ ଗ୍ରାହକ କେକ୍ ନେଇଥିବେ ସେ ତାଙ୍କ ପୁଅ କିମ୍ବା ଝିଅର ଜନ୍ମଦିବସ ଅବସରରେ ଏହି CAKE କାଟିଥିବେ। ଯାହା ଭକ୍ତଙ୍କ ଭାବାବେଗକୁ ଆଘାତ ସଦୃଶ l

Leave a Reply

Your email address will not be published. Required fields are marked *