ବାଣେଶ୍ୱର ମନ୍ଦିରରେ ପ୍ରଭୁ ଶ୍ରୀ ରାମ ନବମୀ ପାଳିତ।
ରଘୁନାଥପୁର ତା;-୨୮:୩:–ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ନିକଟସ୍ଥ ସିରଲୋ ଗ୍ରାମ ର ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରାମ ନବମୀ ପାଳିତ ହୋଇଯାଇଅଛି।ଗତ ଶୁକ୍ରବାର ପ୍ରତୁଷ ରେ ଶ୍ରୀ ବିଗ୍ରହ ମାନକୁ ସ୍ନାନ କରାଇ ନବ ପାଟବସ୍ତ୍ର ପରିଧାନ କରାଯାଇଥିଲା ମଙ୍ଗଳ ଆରତୀ ଓ ଫଳ ଆଦି ବାଳ ଭୋଗ ନୈବେଦ୍ୟ କରାଯାଇଥିଲା ଏବଂ ସାନ୍ଧ୍ୟ ଆଳତି ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଶ୍ରୀରାମ ପ୍ରେମୀ ଶ୍ରଦ୍ଧାଳୁ ମନ୍ଦିର ରେ ଦର୍ଶନ କରିବା ସହିଥ ଶ୍ରୀରାମ ଭଜନ ନାମ ସଂକୀର୍ତ୍ତନ କରିଥିଲେ । ଉକ୍ତ କାଯ୍ୟକ୍ରମ ରେ ଇଞ୍ଜିନିୟର ଗିରିଜା ଶଙ୍କର ପତି ଯୋଗଦେଇ ଶ୍ରୀରାମ ବିଷୟରେ ପ୍ରତିପାଦନ କରିଥିଲାବେଳେ ଏହି କାର୍ଯ୍ୟକ୍ରମ ଉପରେ ବୈଷ୍ଣବ ଚରଣ ଗୟା ତାଙ୍କର ଶୁଚିନ୍ତୀତ ମତ ରଖୀ ଥିବା ବେଳେ ପୂଜକ ଆଶୁତୋଷ ବାନାର୍ଜୀ ପୂଜା ସମାପନ କରିଥିଲେ। ଏହି କାଯ୍ୟକ୍ରମ ରେ ରାମଚନ୍ଦ୍ର ବେହେରା, ଅରୁଣ ବୋଷ, କ୍ଷୀରୋଦ ଦାସ ପ୍ରମୁଖ ଯୋଗ ଦେଇଥିବାବେଳେ ସମସ୍ତ ମଣ୍ଡଳ ସଦସ୍ୟ ଉପସ୍ଥିଥ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ସେନାପତି, , ବିପିନ ରାଉତ, ମନୋଜ ଦାସ, ଗୋବର୍ଦ୍ଧନ ଖୁଣ୍ଟିଆ, ସତ୍ୟବ୍ରତ ସାହୁ, ସୁଧାକର ମଦେଲି, ସୁଶୀଲ ସାହୁ,ଲଷ୍ମୀ କାନ୍ଥ ଚୈଧୁରୀ, ଅସିତ ମାଦେଲି, କଣ୍ଠଶିଳ୍ପୀ ବିଶ୍ବମ୍ବର ଜୋତେଶଙ୍କର , କିରଣ ସାହୁ,କାଶୀନାଥ ବାବୁ, ଜଗନ୍ନାଥ ଆଚର୍ଯ୍ୟଉପସ୍ଥିତ ଥିଲେ।ଏହି ରାମ ନବମୀ କାଯ୍ୟକ୍ରମ କୁ ପବିତ୍ର କୁମାର ଦାଶ , ତପନ ନାୟକ ଏବଂ ମହାବୀର ସେନା ବାଣେଶ୍ୱର ପୂଜା କମଟି ସଂଘ ର କାଯ୍ୟ କର୍ତା ସହଯୋଗ କରିଥିଲେ।
