ରୋଟାରୀ କ୍ଲବ ଅନୁଗୁଳ ତରଫରୁ କମଳ ବଣ୍ଟନ
ଆଠମଲ୍ଲିକ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ ର ଠାକୁରଗଡ଼ ହାଟ ପଡ଼ିଆ, ରାଣିବନ୍ଧ କୋଠଘର, ସଦାନନ୍ଦପୁର କୋଠଘର ଠାରେ ରୋଟାରୀ କ୍ଲବ ଅନୁଗୁଳ ତରଫରୁ ୪୦ ଜଣ ଅସହାୟ ବୁଢ଼ା ବୁଢ଼ୀ ଙ୍କୁ କମଳ ବଣ୍ଟନ କରାଯାଇଅଛି l ଆମ୍ବସରମୁଣ୍ଡା ପଞ୍ଚାୟତ ର ହିଞ୍ଜାଗୋଲା ଗ୍ରାମ ର ଭିନ୍ନକ୍ଷମ ବ୍ୟକ୍ତି ଧ୍ରୁବ ଚରଣ ନାୟକ ଙ୍କୁ ଏକ ହୋଇଲ ଚେୟାର ପ୍ରଦାନ କରାଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଅନୁଗୁଳ ରୋଟାରୀ କ୍ଳବ୍ ର ରୋଟାରୀଆନ ନିର୍ମଳ କୁମାର୍ ମିଶ୍ର, ରୋଟାରୀଆନ ନିଖିଲ ରଞ୍ଜନ ମିଶ୍ର, ରୋଟାରୀଆନ ସୁଜିତ୍ କୁମାର ସାହୁ,ରୋଟାରୀଆନ ସାଇଲେନ୍ ମିଶ୍ର,ରୋଟାରୀଆନ ଅଭିଷେକ

ପଟ୍ଟନାୟକ,ରୋଟାରୀଆନ ମିତ୍ରଭାନୁ ସିଂହ, ଲକ୍ଷ୍ମୀ ବଜାର ପୂଜା କମିଟି ର ସନ୍ତୋଷ ସାହୁ, ଡ଼.ଶତ୍ରୁଘ୍ନ ସାହୁ ସମାଜସେବୀ , ବିଭୁ ପ୍ରସାଦ ସେନାପତି, ସଦାନନ୍ଦପୁର ଗ୍ରାମ ର ସନ୍ତୋଷ ବିଶ୍ଵାଳ, ଅଭୟ ବିଶ୍ଵାଳ, ସଞ୍ଜୟ ବିଶ୍ଵାଳ, ରାଣୀବନ୍ଧ ଗ୍ରାମ ସଭାପତି ଅଜିତ ମିଶ୍ର , ପୂର୍ବତନ ସରପଞ୍ଚ ଅନାମ ଚରଣ ସ୍ବାଇଁ, ଠାକୁରଗଡ଼ ଗ୍ରାମର ହେମନ୍ତ କୁମାର କୁମାର ଖୁଣ୍ଟିଆ,ଧନଞ୍ଜୟ ନାୟକ, ଶୁଭକାନ୍ତ ପ୍ରଧାନ, ଅଶ୍ୱିନୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ l
