ଉତ୍କଳୁଛି ପଦ୍ମପୋଖରୀ
ଉତ୍କଳୁଛି ପଦ୍ମପୋଖରୀ, ଡୁବୁଛି ବିଜେଡି, ଭଣ୍ଡାରୀପୋଖରୀ ବିଷ୍ଣୁ ପୁର ସରପଞ୍ଚ ବିଜେପି ରେ ଯୋଗଦାନ
ଭଦ୍ରକ, :- : ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜିଲ୍ଲା ଭଦ୍ରକ ବିଜେପି ସଙ୍ଗଠନ ମଜବୁତ ହୋଇଛି। ଜିଲ୍ଲାର ୭ ବ୍ଳକରୁ ଏବେ ୪ ବ୍ଲକ ଅଧ୍ୟକ୍ଷ ଏବେ ବିଜେପିରେ ମିଶିଯାଇଛନ୍ତି। ଅତିଶୀଘ୍ର ଆଉ ଜଣେ ବ୍ଲକ ଅଧ୍ଯକ୍ଷ ବି ବିଜେପିରେ ମିଶିବାର ସମ୍ଭାବନା ବଢିଛି।

ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳର ୩୦ ସରପଞ୍ଚ, ୩୫ ସମିତି ସଭ୍ୟ ସମେତ ୪ ବ୍ଳକ ଅଧ୍ୟକ୍ଷ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଟୋପି ପିନ୍ଧିବା ପରେ ଭଦ୍ରକ ବିଜେପି ସଙ୍ଗଠନ ଦୃଚ୍ଚ ମଜବୁତ ହୋଇଛି।
ବ୍ଳକ ଅଧ୍ୟକ୍ଷ ବିଜେଡି ସମର୍ତିତ ହୋଇ ପୂର୍ବରୁ କାର୍ଯ୍ୟ କରି ଆସୁଥିଲେ। ସରକାର ବଦଳିବା ପରେ ରାଜନୀତି ହଲଚଲ ହୋଇଥିଲା। ତଥାପି ଜିଲ୍ଲାର ୭ ବ୍ଲକରେ ବିଜେଡିର ପତିଆରା ଜାରି ରହିଥିଲା। ଏବେ ଆଉ ସେ କାଟ୍ତି ବିଜେଡି ପାଖରେ ରହିବନି। କାରଣ ବ୍ଳକ ଅଧ୍ଯକ୍ଷମାନେ ଏଣିକି ଶାସକ ଦଳର ଇସାରାରେ କାର୍ଯ୍ୟ କରିବେ। ଭଣ୍ଡାରୀପୋଖରୀ ବିଷ୍ଣୁ ପୁର ପଞ୍ଚାୟତ ର ସରପଞ୍ଚ ଅମୂଲ୍ୟ ନାୟକ ବିଧିବଦ୍ଧ ଭାବେ ବିଜେପି ରେ ଯୋଗ ଦେଇଛନ୍ତି।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
