ଆମେରିକୀୟ ଚିକିତ୍ସକ ଙ୍କୁ ଲୋଟସ ରିସର୍ଟ ପକ୍ଷରୁ ଅତିଥେୟତା ପ୍ରଦାନ

କୋଣାର୍କ – ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଚିକିତ୍ସକ ସଂଘ (ଏ.ଏ.ପି.ଆଇ) ପକ୍ଷରୁ କଳିଙ୍ଗ ଇନଷ୍ଟିଚୁଟ ଅଫ ମେଡିକାଲ ସାଇନ୍ସସେସ (କିମସ) ରେ ଗ୍ଲୋବାଲ ହେଲଥ କେୟାର ସମିଟ ୨୦୨୬ ଜାନୁଆରୀ ୯ ତାରିଖ ଠାରୁ ୧୧ ତାରିଖ ମଧ୍ୟରେ ଆୟୋଜିତ କରାଯାଇଛି। ଏଥିରେ ଆମେରିକା ଓ ଭାରତର ବହୁ ପ୍ରଖ୍ୟାତ ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଗବେଷକ ଯୋଗ ଦେଇଛନ୍ତି l ଏହି ଅବସରରେ ସମିଟର ଅଧ୍ୟକ୍ଷ ତଥା ଏ.ଏ.ପି.ଆଇ ର ସଭାପତି ଡା. ଅମିତ ଚକ୍ରବର୍ତ୍ତୀ ଓ ଓଡିଶା ଫିଜିକସିଆନ ଅଫ ଆମେରିକାର ସଭାପତି ଡା. ଅତସୁ ନାୟକ, ଏ.ଏ.ପି.ଆଇ ର ଉପଦେଷ୍ଟା ଡା. ଉମାବଲ୍ଲଭ ମିଶ୍ର, ସଂଯୋଜକ ଇଂ. ପ୍ରଫୁଲ୍ଲ କୁମାର ନନ୍ଦ ଏବଂ ଆମେରିକାର ଅନେକ ଭାରତୀୟ ଡାକ୍ତର ଓ ଆମେରିକୀୟ ଡାକ୍ତର କୋଣାର୍କ ପରିଦର୍ଶନ କରିବା ସହିତ କାମତ ଗ୍ରୁପର ଆଇ.ଓ.ସି.ଏଫ.କ୍ୟାମ୍ପସ ରେ ଥିବା କୋଣାର୍କ ଫୂଡ଼ କୋର୍ଟ ରେଷ୍ଟରାଣ୍ଟ ରେ ସୁସ୍ୱାଦୁ ଖାଦ୍ୟ ସହିତ ଅତିଥେୟତା ଗ୍ରହଣ କରିଥିଲେ l

ସେଠାରୁ ରାମଚଣ୍ଡୀ ର ଲୋଟସ ରିସୋର୍ଟ ପରିଦର୍ଶନ କରି ଆୟୋଜିତ ରାତ୍ରି ଭୋଜନର ଆତିଥେୟତା ଗ୍ରହଣ କରିଥିଲେ l ଉଭୟ କୋଣାର୍କ ଓ ଲୋଟସ ରିସୋର୍ଟ ରେ ଓଡ଼ିଆର ଆତିଥେୟତା ରୂପେ ଘୋଡାନାଚ, ଶାମୁକା ମାଳି, ଉତ୍ତରୀୟ, ଚନ୍ଦନ ଟିପା ଓ ଶଙ୍ଖନାଦର ସମ୍ଭାରରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମସ୍ତ ଭାରତୀୟ ଓ ଆମେରିକୀୟ ଅତିଥିବୃନ୍ଦ ରାତ୍ରି ଭୋଜନରେ ଅତ୍ୟନ୍ତ ପ୍ରୀତ ଥିବା ପରିଲକ୍ଷିତ ହୋଇଥିବା ପରିଚାଳକ ସୁନିଲ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *