ପ୍ରେମ
ପ୍ରେମ –
ରାଧା ପ୍ରେମ କେତେ ମିଠା ଲୋ ସଜନୀ
କୃଷ୍ଣ ପ୍ରେମ ସେତେ ମିଠା
ମାତ ପ୍ରେମ କେତେ ମିଠା ଲୋ ସଜନୀ
ପୁତ୍ର ପ୍ରେମ ସେତେ ମିଠା।
ସାତ୍ତ୍ୱିକ ପ୍ରେମ ରେ ରାଧାକୃଷ୍ଣ ବନ୍ଧା
ପଟାନ୍ତର ତାର ନାହିଁ
ସେଥିଯୋଗୁଁ ଦୁହେଁ ପୃଜା ପାଉଛନ୍ତି
ତାଙ୍କୁ କେ ମାପିବ ଚାହିଁ।
ଗୋପାଙ୍ଗନା ସଙ୍ଗେ ଗୋପାଳ ବାଳକ କୃଷ୍ଣଙ୍କୁ ପାଇବା ପାଇଁ ମଥୁରା କଟକେ ହାଟ ଲଗାଇଲେ ପଟାନ୍ତର ତାର ନାହିଁ।
ସାତ୍ତ୍ୱିକ ପ୍ରେମ ଯେ ପାଗଳ କରିଲା ଶୁଷ୍କ ହୋଇଗଲା ବୃକ୍ଷ
କୃଷ୍ଣ ଙ୍କୁ ନଛାଡି ଗୋପ ନଗରୀ କୁ ଦେବକୀ ହୋଇଲା ରୁକ୍ଷ।
ମାତୃତ୍ଵ ପ୍ରେମ ରେ ପାଗଳିନୀ ହୋଇ କୃଷ୍ଣ ର ମୁଖ କୁ ଚାହିଁ
କଳକାହ୍ନୁ କୁ ଅନାଇ ରହନ୍ତି
ଜନନୀ ଜଶୋଦା ତହିଁ।
ପ୍ରେମ ରେ ପାଗଳି ମାଆ ଯଶୋବନ୍ତୀ
ପାଗଳ ବାପା ଯେ ନନ୍ଦ
ମଥୁରା କଟକେ କୃଷ୍ଣ ଙ୍କୁ ରଖିଣ ଦେବକୀ ହୁଏ ଆନନ୍ଦ।
ଭକତ ପ୍ରେମ ରେ ପ୍ରଭୁ ଭଗବାନ୍ ଭାବକୁ ନିକଟ ହୋଇ
ଦଉଡ଼ି ଯାଆନ୍ତି ଭକତ ଙ୍କ ପାଖେ କିଛି ଭେଦ ଭାବ ନାହିଁ।
ପ୍ରକୃତି ବନ୍ଧୁ ହରିହର ସାହୁ
