ପ୍ରେମ
(ପ୍ରକୃତି ବନ୍ଧୁ ହରିହର ସାହୁ)
ରାଧା ପ୍ରେମ ବଡ ମିଠା ଲୋ
ସଜନୀ
କୃଷ୍ଣ ପ୍ରେମ ବଡ ମିଠା
ସାତ୍ତ୍ୱିକ ପ୍ରେମ ରେ ଉଭୟ ମଜ୍ଜନ୍ତି
ସୃଷ୍ଟି କରିଛନ୍ତି ସ୍ରଷ୍ଟା ଲୋ ସଜନୀ
ରାଧା କୃଷ୍ଣ ପ୍ରେମ ମିଠା।
ମାତୃ ପ୍ରେମ ଅତି ନିବିଡ଼ ପ୍ରେମ ଯେ
ତୁଳନା ହେବନି କେବେ
ସରଗ ର ତାରା ଖସୁଛି ହୃଦୟେ
ଭଲ ପାଏ ମାଆ ଯେବେ
ତୁଳନା ହେବନି କେବେ।
ସାତ୍ତ୍ୱିକ ପ୍ରେମ ଯେ ଅଟଇ ପବିତ୍ର
ଗୋପି ଗୋପାଙ୍ଗନା ପ୍ରେମ
ସୁଦାନ ପ୍ରେମର ଅପୂର୍ବ ମହିମା
ବନ୍ଧୁ ପ୍ରେମରେ ସେ ମର୍ମ
ଗୋପି ଗୋପାଙ୍ଗନା ପ୍ରେମ।
ପ୍ରେମ କୁ କେହି ଯେ ଖରାପ ଭାବନି
ଭଲପାଇବା ର ଡୋରି
ସାତ୍ତ୍ୱିକ ପ୍ରେମ ଯେ ଆନନ୍ଦ ଦିଅଇ
କେହି ନୁହେଁ ତାର ସରି
ଭଲ ପାଇବା ର ଡୋରି।।
(ରାଜ୍ୟ ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଆଶୁ କବି ଓ ଲେଖକ
ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *