ମହଙ୍ଗା ପଡ଼ିଲା ପ୍ରେମ, ବଦଳିଲେ କନଷ୍ଟେବଲ
Date:- 15/06/2025Place:- bhadrak – ତିହିଡ଼ି,ଜଣେ ଫଳଦୋକାନୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି ତିହିଡ଼ି ଅଞ୍ଚଳର ଜଣେ ମହିଳା କନେଷ୍ଟବଳ। ଏହି ଘଟଣା ପରେ ଫଳ ଦୋକାନୀଙ୍କ ପତ୍ନୀ ତିହିଡ଼ି ଓ ପୀରହାଟରେ ହଙ୍ଗାମା କରିବାରୁ କଥା ଏସପିଙ୍କ ପର୍ଯ୍ୟନ୍ତ ଗଲା। ପରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ତିହିଡ଼ିରୁ ହେଡ଼କ୍ୱାର୍ଟରକୁ ବଦଳି କରାଯାଇଛି। ତିହିଡ଼ି ଅଞ୍ଚଳରେ ରହୁଥିବା ଜଣେ ମହିଳା ଯିଏକି ଦୁଇଟି ଛୁଆର ଜନନୀ ବାରମ୍ବାର ନିଜ ସ୍ଵାମୀଙ୍କ ବାବଦରେ ତିହିଡ଼ି ଥାନାରେ ଅଭିଯୋଗ କରି ଆସୁଥିଲେ। ଥାନାକୁ ସ୍ବାମୀଙ୍କୁ ଡକାଯିବା ପରେ ଗତ ମେ ୪ ତାରିଖରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଲିଖୁତ ପୁଲିସକୁ ପୂର୍ବପରି ମିଳିମିଶି ରହିବାକୁ ବାକୁ କହିଥିଲେ। ସେହିପରି ଏପ୍ରିଲ ୧ରେ ବି ଏପରି ଘଟଣା ଘଟିଥିଲା । ତିହିଡ଼ି ବଜାରରେ ମହିଳାଙ୍କ ସ୍ଵାମୀ ଫଳ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ। ମହିଳା କନେଷ୍ଟବଳ ତାଙ୍କ ପ୍ରେମରେ ଫସାଇ ଶେଷରେ ମାଗଣା ଫଳ ଖାଇଖାଇ ଏମିତି ଲାଖୁଗଲେ ଯେ ନିକଟରେ ତିହିଡ଼ି ଛାଡ଼ି ପୀରହାଟ ଏସ୍ ବିଆଇ ଏଟିମ୍ ଲେ ନିକଟରେ ଗୋଟିଏ ଘରେ ଭଡା ନେଇ ରହୁଥିଲେ, ଗତ କାଲି ଅନୁସେୟା ବିହାରି ସକାଳ ୫ ସମୟ ରେ ପହଞ୍ଚି ଥିଲେ ଭଡା ଘରେ ମହଙ୍ଗା ପଡ଼ିଲା ପ୍ରେମ, ବଦଳିଲେ କନଷ୍ଟେବଲଘରଭଡ଼ା ନେଇ ରହିଲେ। ଏହି ଘଟଣା ଜାଣି ଗତ ଶୁକ୍ରବାର ସକାଳେ ତିହିଡ଼ି ଗ୍ରାମର ପତ୍ନୀ ଜଣକ ସେହି ଏଟିଏମ ପାର୍ଶ୍ଵ ଭଡ଼ାଘରେ ପହଞ୍ଚି କବାଟ ବାଡ଼େଇବାରୁ ସ୍ବାମୀଙ୍କୁ ଆପରିଜନକ ଅବସ୍ଥାରେ ଦେଖିଥିଲେ । ତେବେ ସ୍ବାମୀ ଜଣକ ସେଠାରୁ ଫେରାର ହୋଇଯାଇଥିବାବେଳେ ସମ୍ପୃକ୍ତ କନେଷ୍ଟବଳ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ଏହି ବିଷୟରେ ପୀରହାଟ ଥାନାରେ ମାଣିକ ଶୁକ୍ରବାର ସକାଳେ ନିଜ ସ୍ବାମୀ ଓ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ନାମରେ ଏତଲା ଦେଲେ। ପୁଲିସ ହୋଇଥିବାରୁ ପୀରହାଟ ଥାନା ବି ମହିଳାଙ୍କୁ ଙ୍କୁ ନାଲିଆଖୁ ଦେଖାଇଥିଲେ । ମାତ୍ର ମହିଳା ଘଟଣାର ଫଟୋ ଓ ଭିଡିଓ ସେ ସ୍ଥାନରୁ କଏଦ କରିଥିଲେ । ଏପରିକି ସମ୍ପୃକ୍ତ କନେଷ୍ଟବଳଙ୍କୁ କାହିଁକି ମୋ ସଂସାରକୁ ଭାଙ୍ଗୁଛ ବୋଲି ହାତଯୋଡ଼ି କାନ୍ଦି କାନ୍ଦି କହିଥିଲେ । ଏହି ଖବର ପାଇବା ପରେ ଏସପି ଜଣକ ସମସ୍ତ ତୁରନ୍ତ ସମ୍ପୃକ୍ତ କନେଷ୍ଟବଳଙ୍କୁ ତିହିଡ଼ି ଥାନାରୁ ମାତ୍ର କେଇ ଘଣ୍ଟା ମଧ୍ୟରେ ହେଡ଼କ୍ୱାର୍ଟରକୁ ବଦଳି କରିଦେଇଛନ୍ତି।ତିହିଡ଼ି ଜଣେ ଫଳଦୋକାନୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି ତିହିଡ଼ି ଅଞ୍ଚଳର ଜଣେ ମହିଳା କନେଷ୍ଟବଳ। ଏହି ଘଟଣା ପରେ ଫଳ ଦୋକାନୀଙ୍କ ପତ୍ନୀ ତିହିଡ଼ି ଓ ପୀରହାଟରେ ହଙ୍ଗାମା କରିବାରୁ କଥା ଏସପିଙ୍କ ପର୍ଯ୍ୟନ୍ତ ଗଲା। ପରେ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ତିହିଡ଼ିରୁ ହେଡ଼କ୍ୱାର୍ଟରକୁ ବଦଳି କରାଯାଇଛି।
