ଜାକେଲା ରୁ ଗଣିଆ ରାସ୍ତା କାର୍ଯ୍ଯ ନିମ୍ନମାନର ଅଭିଯୋଗ, ତଦନ୍ତ ଦାବି

ଜାକେଲା ରୁ ଗଣିଆ ରାସ୍ତା କାର୍ଯ୍ଯ ନିମ୍ନମାନର ଅଭିଯୋଗ, ତଦନ୍ତ ଦାବି

ଗଣିଆ-ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡା ପଞ୍ଚାୟତର ଜାକେଲା ଗ୍ରାମ ଠାରୁ କୁମ୍ଭାରପଡ଼ା ଓ ରୟତ ଢୋଲମରା ଗ୍ରାମ ଦେଇ ଗଣିଆକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ଯ ଗତ ୬ ମାସ ତଳେ ଶେଷ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ଯ ଯୋଗୁଁ ସିମେଣ୍ଟ କଂକ୍ରିଟ ରାସ୍ତା ଉପରୁ ଗୋଡି ଉଠିଯାଉଥିବା ଜଣାପଡିଛି।ରାସ୍ତା କାର୍ଯ୍ଯରେ ନିୟୋଜିତ ଠିକାଦାର ଏଷ୍ଟିମେଟ ଅନୁସାରେ କାର୍ଯ୍ଯ ନକରି ମନଇଚ୍ଛା କାର୍ଯ୍ଯ କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାସ୍ତାର ସ୍ଥାୟୀତ୍ୱ ନେଇ କୁମ୍ଭାରପଡା ଓ ରୟତ ଢୋଲମରା ପଞ୍ଚାୟତବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି। ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତାର ସିମେଣ୍ଟ କଂକ୍ରିଟକରଣ ସ୍ଥାନରୁ ଗୋଡି ଉଠି ଯାଇଥିବା ସ୍ଥାନରେ ଏବେ ଠିକାଦାରଙ୍କ ଦ୍ବାରା ତାଳିପକା କାର୍ଯ୍ଯ ଚାଲିଥିବା ନଜରକୁ ଆସୁଛି। ସିମେଣ୍ଟ କଂକ୍ରିଟ ରାସ୍ତା କାର୍ଯ୍ଯରେ ହୋଇଥିବା ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ରାସ୍ତାରେ ଏବେ ତାଳି ପକାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣର ୬ ମାସ ପରେ ଏବେ ରାସ୍ତା ମରାମତି କାର୍ଯ୍ଯ କରାଯାଉଥିବା ବେଳେ ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ଯାନୁଷ୍ଠାନ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, କ୍ବାଲିଟି କଣ୍ଟ୍ରୋଲ ବିଭାଗ ଓ ରାଜ୍ଯ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *