ଭଦ୍ରକ ସଙ୍କରପୁର୍ ଉର୍ଦ୍ଦୁ ୟୁ ଯି ଏମ ଇ ସ୍କୁଲ୍ ରେ ମଧ୍ୟାହ୍ନ ଭୋଜନ ଘୋଟାଲା
ଭଦ୍ରକ ବ୍ଲକ୍ ଶିକ୍ଷ୍ୟା ଅଧୀନରେ ଥିବା ଶଙ୍କରପୁର୍ ଉର୍ଦ୍ଧୁ ୟୁ ଯି ଏମ୍ ଇ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ମିଳୁଥିବା ଅଭିଯୋଗ ନେଇ ଆଜି ବ୍ଲକ୍ ଶିକ୍ଷଧିକାରୀ ଚକ୍ରଧର ମଲ୍ଲିକ ,କ୍ଲଷ୍ଟର ସ୍ତରୀୟ CRCC ଦେବେନ୍ଦ୍ର ପାଣିଗ୍ରାହୀ ସ୍କୁଲ୍ ରେ ପହଞ୍ଚି ଖାଦ୍ୟ ର ମାନ ପରୀକ୍ଷା କରିବା ସହ ଆଜିର ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ସୂଚନା ଅନୁଯାୟୀ ସ୍କୁଲ୍ ର ଛାତ୍ର ଛାତ୍ରୀ ମୋଟ୍ ସଂଖ୍ୟା ୫୦୪ ଥିବାବେଳେ ଆଜି ୨୯୨ ଜଣ ଉପସ୍ଥିତ ଥିଲେ। ସରକାରଙ୍କ ନିୟମ ଅନୁଯାୟୀ ଚାଉଳ ୩୪କିଲୋ ୫୦ଗ୍ରାମ, ଡାଲି ୭କିଲୋ ୭୮୫ଗ୍ରାମ, ପରିବା ୨୧କିଲୋ ୪୦୦ଗ୍ରାମ ଓ ତେଲ ୧ଲିଟର ୭୦୦ଗ୍ରାମ ରେ ରୋଷେଇ ହେବାର କଥା କିନ୍ତୁ ସ୍କୁଲ୍ ର ପାଚିକା କହୁଛନ୍ତି ଆମକୁ ରୋଷେଇ ପାଇଁ ମାତ୍ର ୧୦କିଲୋ ଚାଉଳ, ୫କିଲୋ ଆଳୁ, ଗୋଟାଏ ଅମୃତଭଣ୍ଡା ମିଳିଛି।

ଏ ବିଷୟ ରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପଣ୍ଡା ଙ୍କୁ ପଚାରିବାରୁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରୁଛନ୍ତି. ଏଥିରୁ ସ୍ପଷ୍ଟ ଜଣା ଯାଉଛି ଯେ ଛାତ୍ରଛାତ୍ରୀ ଙ୍କ ମାଧ୍ୟାନ୍ନ ଭୋଜନ ଖାଦ୍ୟ ହେରଫେର ରେ ନିଶ୍ଚତ ଭାବରେ ପ୍ରଧାନ ଶିକ୍ଷୟତ୍ରୀ ସାମିଲ ଅଛନ୍ତି, ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପରେ…., ଆସନ୍ତୁ ଶୁଣିବା କଣ କହୁଛନ୍ତି।
