ଦିବ୍ୟ ଜୀବନ ସଙ୍ଘ ପରିସର ଠାରେ ଏଲ ଭି ପ୍ରସାଦ ର ବାର୍ଷିକ ଉତ୍ସବ ପାଳିତ
ଗଞ୍ଜାମ ଜିଲ୍ଲା ସୋରଡ଼ା ଦିବ୍ୟ ଜୀବନ ସଂଘ ସୋରଡା ଶାଖା ପରିସରରେ ଥିବା ଏଲ.ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ୩ ବର୍ଷ ପୁର୍ତି ଅବସରରେ ଏକ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଏଲ.ଭି ପ୍ରସାଦ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ରର ପରିଚାଳକ ସୁଶ୍ରୀ ମନସ୍ଵିନୀ ମହାନ୍ତ ଆୟୋଜନ କରିଥିବା ବେଳେ ଦିବ୍ୟ ଜୀବନ ସଂଘ ସୋରଡା ଶାଖାର ବରିଷ୍ଠ ଉପଦ୍ୟେଷ୍ଠା ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉକ୍ତ ଅନୁଷ୍ଠାନ ଦୀପ ପ୍ରୋଜୋଳନ କରି କେକ୍ କାଟି ମିଷ୍ଟାନ୍ନ ବଣ୍ଟନ କରିଥିଲେ l ଲୋକ ମାନଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା ଓ ମୂଖ୍ୟ ଚିକିତ୍ସଲୟ କୁ ପଠାଇ ମାଗଣା ରେ ଅସ୍ତ୍ରଉପଚାର ସେବା ମଧ୍ୟ ଯୋଗାଇ ଦେଇଥିବାରୁ ପ୍ରଶଂସା କରିଥିଲେ । ଓ କିଭଳି ଲୋକମାନେ ଏହାର ସୁବିଧା ସୁଯୋଗ ପାଇପାରିବେ ଓ କିଭଳି ପ୍ରଚାର ପ୍ରସାର ହୋଇ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ସେ ପ୍ରତି ଦୃଷ୍ଟି ଦେବା ପାଇଁ ସେ ପ୍ରେରଣା ଦେଇଥିଲେ l ଦିବ୍ୟ ଜୀବନ ସଂଘ ସୋରଡା ଶାଖାର ସମ୍ପାଦକ ଶ୍ରୀ ବି. ପ୍ରଶାନ୍ତ କୁମାର ପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଦିବ୍ୟ ଜୀବନ ସଂଘର ସେବା, ପ୍ରେମ, ଧ୍ୟାନ ଏବଂ ମୁକ୍ତି ର ବାର୍ତ୍ତା ପ୍ରଦାନ କରିବା ସହିତ ଆଗାମୀ ଦିନ ମାନଙ୍କରେ ବହୁ ସଂଖ୍ଯାରେ ଜନ ସାଧାରଣ ଆସି ଏହି ପ୍ରାଥମିକ କେନ୍ଦ୍ରରେ ନିଜର ଚକ୍ଷୁ ପରୀକ୍ଷା କରି ସେମାନଙ୍କ ପରାମର୍ଶ କ୍ରମେ ଯଦି ଆବଶ୍ୟକ ତାଙ୍କର ସହଯୋଗରେ ବୀନା ମୁଲ୍ୟ ରେ ଏଲଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ବ୍ରହ୍ମପୁର କିମ୍ବା ଭୁବନେଶ୍ବର ଶାଖାରେ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୋରଡା ଦିବ୍ୟ ଜୀବନ ସଂଘର କୋଷାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ସାହୁ, ଉପଦ୍ୟେଷ୍ଠା ଶ୍ରୀ ରାମ ଚନ୍ଦ୍ର ପଟ୍ଟନାୟକ, ସଭ୍ୟ ଶ୍ରୀ ଭାଗବତ ବେହେରା, ଶ୍ରୀ ଭଗବାନ ଜେନାଏବଂ ବହୁତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
